Breaking PLUSଓଡ଼ିଶାପୂଜା ପାର୍ବଣମୁଖ୍ୟ ଖବର

ପୁରୀ ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ: ସାମୟିକ ଭାବେ ଦର୍ଶନ ବନ୍ଦ

ପୁରୀ ଶ୍ରୀମନ୍ଦିରରେ ଶୁକ୍ରବାର ପ୍ରଭାତେ ବଡ଼ ମହାସ୍ନାନ ନୀତି ପାଇଁ ସାଧାରଣ ଦର୍ଶନ କିଛି ସମୟ ପାଇଁ ସ୍ଥଗିତ ରହିଥିଲା। ମଙ୍ଗଳ ଆଳତି ପରେ ଭିତର କାଠ ଅଞ୍ଚଳରେ ରକ୍ତର ଚିହ୍ନ ଦେଖାଯାଇଥିବାରୁ ସେବାୟତମାନେ ତୁରନ୍ତ ପ୍ରଶାସନକୁ ସୂଚନା ଦେଇଥିଲେ।
ଏହା ପରେ ଗର୍ଭଗୃହର ପବିତ୍ରତା ପୁନର୍ସ୍ଥାପନ ପାଇଁ ବଡ଼ ମହାସ୍ନାନ ନୀତି କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଗୁପ୍ତ ନୀତି ସମୟରେ କେବଳ ଅନୁମୋଦିତ ସେବାୟତମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇଥିଲା।
ନୀତି ସମାପ୍ତ ପରେ ମନ୍ଦିରରେ ପୁନର୍ବାର ସାଧାରଣ ଦର୍ଶନ ବ୍ୟବସ୍ଥା ସାମାନ୍ୟ ଭାବେ ଆରମ୍ଭ ହୋଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ସମସ୍ତ ନୀତି ପାରମ୍ପରିକ ପଦ୍ଧତି ଅନୁଯାୟୀ ପାଳନ କରାଯାଇଛି।
ଉଲ୍ଲେଖ୍ୟ ଯେ, ମନ୍ଦିର ଭିତରେ ଅପବିତ୍ରତା ସୃଷ୍ଟି ହେଲେ ଏହି ବିଶେଷ ମହାସ୍ନାନ ନୀତି ପାଳନ କରାଯାଏ।

Show More

Related Articles

Back to top button