Breaking PLUSଓଡ଼ିଶାନିଯୁକ୍ତିବ୍ୟକ୍ତିତ୍ୱମୁଖ୍ୟ ଖବର

ଓଡ଼ିଶାର ୧୫ ଶିକ୍ଷକ ତାଲିମ ଅନୁଷ୍ଠାନ ବିରୋଧରେ ନୋଟିସ ପ୍ରତ୍ୟାହାର

 

ଭୁବନେଶ୍ୱର: ଓଡ଼ିଶାର ୧୫ଟି ଶିକ୍ଷକ ଶିକ୍ଷା ଅନୁଷ୍ଠାନ ବିରୋଧରେ ଜାରି ଶୋ’କଜ୍‌ ପ୍ରକ୍ରିୟାକୁ ପ୍ରତ୍ୟାହାର କରିଛି ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ୍‌ସିଟିଇ)। ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଦାଖଲ କରାଯାଇଥିବା ଅନୁପାଳନ ରିପୋର୍ଟ ଓ ଅଧ୍ୟାପକମାନଙ୍କ ବିବରଣୀ ଯାଞ୍ଚ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଅକ୍ଟୋବର ୧ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏନ୍‌ସିଟିଇର ପୂର୍ବାଞ୍ଚଳ ଆଞ୍ଚଳିକ କମିଟି (ଇଆର୍‌ସି)ର ୪୧୦ତମ ବୈଠକରେ ଏହି ମାମଲାର ସମୀକ୍ଷା କରାଯାଇଥିଲା। ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକର ଉତ୍ତର ସହ ବିଶ୍ୱବିଦ୍ୟାଳୟଗୁଡ଼ିକ ଅନୁମୋଦନ କରିଥିବା ଅଧ୍ୟାପକଙ୍କ ତାଲିକାକୁ କମିଟି ଯାଞ୍ଚ କରିଥିଲା।

ସମସ୍ତ ଦସ୍ତାବିଜ ଓ ଅନୁପାଳନ ରିପୋର୍ଟର ବିସ୍ତୃତ ଯାଞ୍ଚ ପରେ ୧୫ଟି ଅନୁଷ୍ଠାନ ବିରୋଧରେ ଶୋ’କଜ୍‌ ପ୍ରକ୍ରିୟା ପ୍ରତ୍ୟାହାର କରିବାକୁ କମିଟି ନିଷ୍ପତ୍ତି ନେଇଛି। ଏହା ଫଳରେ ସମ୍ପୃକ୍ତ ଅନୁଷ୍ଠାନ, ବି.ଏଡ୍‌ ଓ ଏମ୍‌.ଏଡ୍‌ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ ଅନ୍ୟ ହିତଧାରୀଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ଅନୁଷ୍ଠାନଗୁଡ଼ିକୁ ଆଉ କୌଣସି ପଦକ୍ଷେପ ନେବାକୁ ପଡ଼ିବ ନାହିଁ।

Show More

Related Articles

Back to top button