Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ସୁନାବେଡ଼ାରେ ରାଜନାଥ ସିଂ, ହାଲ୍‌ର ୨୦୦୦ତମ ଏରୋ-ଇଞ୍ଜିନ୍‌ ହସ୍ତାନ୍ତର

କୋରାପୁଟର ସୁନାବେଡ଼ାରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ସୁନାବେଡ଼ାରେ ପହଞ୍ଚିଛନ୍ତି। ବିଶାଖାପାଟଣାରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ରାଜନାଥ ସିଂ ସୁନାବେଡ଼ାର ଟିଟିଏସ୍‌ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ।

ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ହାଲ୍‌)ର କୋରାପୁଟ ଡିଭିଜନ୍‌ରେ ଆୟୋଜିତ ୨୦୦୦ତମ ଏରୋ-ଇଞ୍ଜିନ୍‌ ହସ୍ତାନ୍ତର ସମାରୋହରେ ସେ ଯୋଗଦେଇଛନ୍ତି। ଏହି ଅବସରରେ ୨୧୮ କୋଟି ଟଙ୍କା ନିବେଶରେ ‘ଶକ୍ତି’ ଇଞ୍ଜିନ୍‌ର ଦ୍ୱିତୀୟ ଉତ୍ପାଦନ ଲାଇନ୍‌ର ଶୁଭାରମ୍ଭ କରାଯିବ।

ପ୍ରାୟ ୬ ଦଶନ୍ଧି ଧରି ହାଲ୍‌ କୋରାପୁଟ ଦେଶର ଏରୋସ୍ପେସ୍‌ ଓ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଯୋଗଦାନ ଦେଇଆସୁଛି। ଏହି ପ୍ରତିଷ୍ଠାନ ଭାରତୀୟ ସେନାବାହିନୀର ପରିଚାଳନାଗତ ପ୍ରସ୍ତୁତିକୁ ମଧ୍ୟ ମଜବୁତ କରିଆସୁଛି। ତେଣୁ ହାଲ୍‌ କୋରାପୁଟର ଏହି ଉପଲବ୍ଧିକୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବେ ଦେଖାଯାଉଛି।

ପ୍ରତିରକ୍ଷା ଉପକରଣ ଆମଦାନି ଉପରେ ନିର୍ଭରତା କମାଇ ଭାରତକୁ ପ୍ରତିରକ୍ଷା ପ୍ରଣାଳୀର ଡିଜାଇନ୍‌, ବିକାଶ ଓ ଉତ୍ପାଦନରେ ଆତ୍ମନିର୍ଭର କରିବା ଦିଗରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି।

Show More

Related Articles

Back to top button