Breaking PLUSଦେଶମୁଖ୍ୟ ଖବର

ଆୟୁଷ୍ମାନ ଭାରତରେ ୫୦ କୋଟିରୁ ଅଧିକ ଲାଭାର୍ଥୀ

ବିଳାସପୁର: ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୫୦ କୋଟିରୁ ଅଧିକ ଲୋକ ଲାଭ ପାଇଥିବାବେଳେ ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ ୨ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ହିମାଚଳପ୍ରଦେଶର ଏମ୍ସ ବିଳାସପୁରର ପ୍ରଥମ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି।

ଯୋଜନା ଅଧୀନରେ ଯୋଗ୍ୟ ପରିବାରକୁ ବର୍ଷକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ମିଳୁଛି। ଦୁର୍ଗମ ଅଞ୍ଚଳରେ ମଧ୍ୟ ଏହାର ସୁବିଧା ପହଞ୍ଚାଇବା ସହ ଟେଲିମେଡିସିନ୍‌ ଓ ଆଧୁନିକ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବାକୁ ରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି।

ସମାରୋହରେ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରି ରାଷ୍ଟ୍ରପତି ଡାକ୍ତରମାନଙ୍କୁ ଆଜୀବନ ଶିକ୍ଷା, ଗବେଷଣା ଓ ମାନବିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କହିଛନ୍ତି, ଗତ ୧୨ ବର୍ଷରେ ଦେଶର ମେଡିକାଲ କଲେଜ ସଂଖ୍ୟା ୩୮୪ରୁ ୮୦୦ରୁ ଅଧିକ ଏବଂ ଏମ୍‌ବିବିଏସ୍‌ ସିଟ୍‌ ୫୧,୩୪୮ରୁ ୧.୪୨ ଲକ୍ଷକୁ ବଢ଼ିଛି। ୨୦୨୯ ସୁଦ୍ଧା ଆଉ ୭୫ ହଜାର ସିଟ୍‌ ଯୋଡ଼ାଯିବ। ଏହି ସମୟରେ ୧୬ଟି ନୂଆ ଏମ୍ସ ମଧ୍ୟ ସ୍ଥାପିତ ହୋଇଛି।

ଏମ୍ସ ବିଳାସପୁରରେ ୭୭୬ ଶଯ୍ୟା, ୨୬ଟି ବିଶେଷଜ୍ଞ ବିଭାଗ ଓ ୧୫ଟି ସୁପର ସ୍ପେଶାଲିଟି ସେବା ରହିଛି।

Show More

Related Articles

Back to top button