
ଭୁବନେଶ୍ୱର:ଜୁନିଅର ଓ ସିନିଅର ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ସ ଜାତୀୟ ଚ୍ୟାମ୍ପିୟନସିପ୍ ୨୦୨୬-୨୭ରେ ଓଡିଶାର ତପନ ମହାନ୍ତି ଚମତ୍କାର ପ୍ରଦର୍ଶନ କରି ସିନିଅର ପୁରୁଷ ବିଭାଗରେ ଅଲ୍-ଆରାଉଣ୍ଡ ଚ୍ୟାମ୍ପିୟନ ହୋଇଛନ୍ତି।
ସେ ୭୩.୪୩୩ ଅଙ୍କ ପାଇ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ହରିୟାଣାର ଯୋଗେଶ୍ୱର ସିଂହ ୭୨.୬୬୭ ଅଙ୍କ ସହ ଦ୍ୱିତୀୟ ଏବଂ ଏସଏସସିବିର ଶ୍ରେୟସ ଚୌଧୁରୀ ୭୧.୨୬୮ ଅଙ୍କ ସହ ତୃତୀୟ ସ୍ଥାନରେ ରହିଥିଲେ।
ଏହି ପ୍ରତିଯୋଗିତାରେ ଜିମ୍ନାଷ୍ଟିକ୍ସ ଫେଡେରେସନ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ସୁଧୀର ମିତ୍ତଲଙ୍କ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ଅତିଥି ଉପସ୍ଥିତ ଥିଲେ।
ଏହା ସହ ଓଡିଶା ଟିମ୍ ସିନିଅର ଟିମ୍ ଫାଇନାଲ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି, ଯାହା ରାଜ୍ୟ ପାଇଁ ଗର୍ବର ବିଷୟ।



