
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଧୀନ ଟାଙ୍ଗୁରୁସାହି ନିକଟ ଏନଏଚ୍-୫୩ରେ ସୋମବାର ଏକ ଭୟାବହ ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି।
ଠାକୁରମୁଣ୍ଡାରୁ କରଞ୍ଜିଆକୁ ଯାଉଥିବା ଏକ ବସ୍ ସହ ବିପରୀତ ଦିଗରୁ ଆସୁଥିବା କାର ମୁହାଁମୁହିଁ ଧକ୍କା ହୋଇଥିଲା। ଭୟଙ୍କର ଧକ୍କାରେ କାରରେ ଥିବା ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।
ବସ୍ରେ ପ୍ରାୟ ୩୦-୪୦ ଯାତ୍ରୀ ଥିଲେ, ଯାହାଫଳରେ କିଛି ଲୋକ ସାମାନ୍ଯ ଆହତ ହୋଇଛନ୍ତି।
ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ସେମାନେ ନିର୍ମାଣ କାମ ସହ ଜଡିତ ଥିବା ସନ୍ଦେହ ରହିଛି ଏବଂ କାରଟି ଯାଜପୁର ଜିଲ୍ଲାର ନମ୍ବର ହୋଇଥିବା ଜଣାପଡିଛି।
ଦୁର୍ଘଟଣା ପରେ ଆହତମାନଙ୍କୁ କରଞ୍ଜିଆ ହସ୍ପିଟାଲକୁ ନିଆଯାଇଥିଲା। ପୁୋଲିସ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରି ଉଭୟ ଗାଡ଼ିକୁ ଜବତ କରିଛି ଏବଂ ତଦନ୍ତ ଆରମ୍ଭ କରିଛି।



