ଅପରାଧଓଡ଼ିଶା

ମାଲକାନଗିରିରେ ବସରୁ ୧୫ ଅପ୍ରାପ୍ତବୟସ୍କ ଉଦ୍ଧାର, ମାନବ ତସକରି ସନ୍ଦେହ

ମାଲକାନଗିରି ଜିଲ୍ଲାରେ ରବିବାର ରାତିରେ ଏକ ବସରୁ ପ୍ରାୟ ୧୫ ଜଣ ଅପ୍ରାପ୍ତବୟସ୍କ ଛୋଟ ଛୋଟ ପୁଅ-ଝିଅଙ୍କୁ ଉଦ୍ଧାର କରାଯାଇଛି। ଏହାକୁ ମାନବ ତସକରି ଘଟଣା ଭାବେ ସନ୍ଦେହ କରାଯାଉଛି।
ସୂଚନା ଅନୁଯାୟୀ, ‘ସମର କୋର୍ସ’ ଓ ଶୁଟିଂ ନାମରେ ସେମାନଙ୍କୁ ଅନ୍ୟ ରାଜ୍ୟକୁ ନିଆଯାଉଥିଲା। ଅଭିଯୋଗ ପାଇ ପ୍ରଶାସନ ସାଇ କୃଷ୍ଣ ବସକୁ ମାଲକାନଗିରି ଥାନା ନିକଟରେ ଅଟକାଇ ତଦନ୍ତ କରିଥିଲେ।
ତଦନ୍ତ ସମୟରେ ବସରୁ ଅପ୍ରାପ୍ତବୟସ୍କମାନେ ମିଳିଥିଲେ ଓ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ପଚରାଉଚରାରେ ସେମାନଙ୍କୁ ବିଜୟବାଡ଼ାକୁ ନିଆଯାଉଥିବା ଜଣାପଡ଼ିଛି।
ଶିଶୁ କଳ୍ୟାଣ ସମିତି (CWC) ପକ୍ଷରୁ କୁହାଯାଇଛି ଯେ ଅଭିଯୋଗ ଆଧାରରେ ଏହି ଉଦ୍ଧାର କାର୍ଯ୍ୟ ହୋଇଛି। ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ଆଇନୁକ୍ତ ପ୍ରକ୍ରିୟା ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ।
ଘଟଣାର ତଦନ୍ତ ଚାଲିଥିବା ବେଳେ ଏଥିରେ ଜଡିତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ପୋଲିସ ଚେଷ୍ଟା ଜାରି ରଖିଛି।

Show More

Related Articles

Back to top button