ଓଡ଼ିଶା

ପୂର୍ବତନ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ୩ ବର୍ଷ କାରାଦଣ୍ଡ

ଭୁବନେଶ୍ୱର: ଦୁର୍ନୀତି ମାମଲାରେ ବାଲେଶ୍ୱର ଆଦାଲତ ଏକ ପୂର୍ବତନ ସହକାରୀ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ୩ ବର୍ଷ କଠୋର କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦଣ୍ଡ ଦେଇଛି।
ଦଣ୍ଡିତ ବ୍ୟକ୍ତି ପ୍ରଶାନ୍ତ କୁମାର ମିଶ୍ର, ଯିଏ ବାଲେଶ୍ୱର ଜିଲ୍ଲାର ନୀଳଗିରି ବ୍ଲକରେ କାର୍ଯ୍ୟରତ ଥିଲେ। ସେ ଜାତୀୟ ଉଦ୍ୟାନ ମିଶନ ଯୋଜନାର ଟଙ୍କାକୁ ଅନୁଚିତ ଭାବେ ବ୍ୟବହାର କରିଥିବାରୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଓଡିଶା ଭିଜିଲାନ୍ସ ତଦନ୍ତ ପରେ ଏହି ମାମଲାରେ ଅଭିଯୋଗ ପତ୍ର ଦାଖଲ କରିଥିଲା। ଆଦାଲତ ମାମଲାର ଶୁଣାଣି ପରେ ଏହି ରାୟ ଦେଇଛି।
ରାୟ ପରେ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତଙ୍କ ପେନ୍ସନ ବନ୍ଦ କରିବା ପାଇଁ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ନିଆଯିବ।

Show More

Related Articles

Back to top button