Breaking PLUSଓଡ଼ିଶାମୁଖ୍ୟ ଖବର
ଆପାର୍ଟମେଣ୍ଟ ଅଗ୍ନିକାଣ୍ଡ: ଆଖି ବୁଜିଲେ ନାବାଳିକା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ଭୁବନେଶ୍ୱର: ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବସନ୍ତ ଭିଲ୍ଲା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆପାର୍ଟମେଣ୍ଟ ର ପ୍ୟାନେଲ ବୋର୍ଡ ରେ ସର୍ଟ ସର୍କିଟ ହେବା ଯୋଗୁଁ ପାଖରେ ଥିବା ଗାର୍ଡ ରୁମ୍ ନିଆଁ ଲାଗି ଯାଇଛି। ଏଥିରେ ପୂର୍ବରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ୍ ୩କୁ ବୃଦ୍ଧି ପାଇଛି।
ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ବିଶ୍ବନାଥ ବେହେରା, ସୁଲଭା ବେହେରା ଓ ତେଜେଶ୍ବରୀ ବେହେରା । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ। ଅନୁନ୍ଧାନରୁ ଅନୁମାନ କରାଯାଉଛି ଯେ ସର୍ଟ ସର୍କିଟ୍ କାରଣରୁ ଏଭଳି ପରିସ୍ଥିତି ଉପୁଜିଥାଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।



