Breaking PLUSଓଡ଼ିଶାମୁଖ୍ୟ ଖବର
ମିନାବଜାରରେ ଅଘଟଣ, ଦୋଳିରେ ଲାଗିଲା ନିଆଁ

ଗଂଜାମ, 6 ମେ- ମିନାବଜାରରେ ଅଘଟଣ, ଦୋଳିରେ ଲାଗିଲା ନିଆଁ। ଗଞ୍ଜାମ ଭଞ୍ଜନଗରରେ ଚାଲିଥିବା ମୀନା ବଜାରରେ ଅଘଟଣ। ଅଳ୍ପକେ ବର୍ତ୍ତିଲେ ଶହ ଶହ ଲୋକେ। ନିଆଁ ଲାଗିବା ପରେ ମୀନାବଜାର ପରିସରରେ ଆତଙ୍କ ଖେଳିଯାଇଛି।
ଭଞ୍ଜନଗରରେ ଗତ ୧୦ ଦିନ ହେବ ଚାଲିଛି ପ୍ରସିଦ୍ଧ ଠାକୁରାଣୀ ଯାତ୍ରା। ଯାତ୍ରା ଉପଲକ୍ଷେ ପଡ଼ିଥିବା ମୀନାବଜାରରେ ନିଇତି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମୁଛି। ତେବେ ଗତକାଲି ଏକ ବଡ଼ ଦୋଳିରେ ହଠାତ୍ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିଲା। ଦୋଳିରୁ ନିଆଁ ଓ ଧୂଆଁ ବାହାରୁଥିବା ଦେଖି ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ।
ତେବେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଛି ।



