Breaking PLUSଓଡ଼ିଶାମୁଖ୍ୟ ଖବର

ସ୍ୱାମୀଙ୍କୁ ଅପହରଣ ପରେ ୨ କୋଟି ଟଙ୍କା ମାଗିଥିଲେ ଅପହରଣକାରୀ- ସୁଧୀରଙ୍କ ସ୍ତ୍ରୀ

ଭୁବନେଶ୍ୱର, 6 ମେ- ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲା ରେ ସ୍ତ୍ରୀ ରଶ୍ମିତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଅପହରଣ ପରବର୍ତ୍ତୀ ଘଟଣା ବଖାଣିଲେ ପତ୍ନୀ ରଶ୍ମିତା ପାତ୍ର  ।

ସ୍ୱାମୀଙ୍କୁ ଅପହରଣ ପରେ ୨ କୋଟି ଟଙ୍କା ମାଗିଥିଲେ ଅପହରଣକାରୀ ବୋଲି ସେ କହିଛନ୍ତି । ଅପହରଣ ଘଟଣା ପରଠାରୁ ପୋଲିସ ସହ ଯୋଗାଯୋଗରେ ରହିଥିଲୁ । ହତ୍ୟାକାଣ୍ଡରେ ପରିବାର ଲୋକ ସମ୍ପୃକ୍ତି ଥିବା ପୋଲିସ ସୂଚନା ଦେଇଥିଲା । ‘ଅପହରଣକାରୀଙ୍କ କଲ୍‌ ନମ୍ବରରୁ ପରିବାରର ଲିଙ୍କ୍‌ ପାଇଥିଲା ପୋଲିସ । ‘ଝିଆରୀ ୪ମାସ ପୂର୍ବେ ସଂପୃକ୍ତ ନମ୍ବର ସହ ଯୋଗାଯୋଗରେ ଥିଲେ । ବଡ଼ ଭାଇଙ୍କ ମୃତ୍ୟୁ ପରଠାରୁ ତାଙ୍କ ମନରେ ଅଶାନ୍ତି ଥିଲା । ବଡ଼ ଭାଇଙ୍କ ମୃତ୍ୟୁ ପରେ ଶାନ୍ତିରେ ବଞ୍ଚିବାକୁ ଦେବୁନି କହିଥିଲେ ସୁଧୀରଙ୍କ ଭାଉଜ । ଜଣେ ବ୍ୟବସାୟୀଙ୍କୁ ବିବାହ କରିବେ ବୋଲି ସୁଧୀରଙ୍କୁ କହିଥିଲେ ନିବେଦିତା । ବଡ଼ ଜା’ ଓ ତାଙ୍କ ଭାଇଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଦାବି କରିଛନ୍ତି ରଶ୍ମିତା ।

Show More

Related Articles

Back to top button