ଅପରାଧମୁଖ୍ୟ ଖବର

ପୋକ୍ସୋ ମାମଲାରେ ଅନ୍ତରୀଣ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେଲେ ବନ୍ଦୀ ସଞ୍ଜୟଙ୍କ ପୁଅ

ହାଇଦ୍ରାବାଦ: କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ଭାଗୀରଥ ପୋକ୍ସୋ ମାମଲାରେ ଅନ୍ତରୀଣ ଜାମିନ ପାଇଁ ତେଲେଙ୍ଗାନା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଗ୍ରୀଷ୍ମ ଅବକାଶ ଚାଲିଥିବାରୁ ମାମଲାଟି ଭେକେସନ ବେଞ୍ଚରେ ଦାଖଲ ହୋଇଥିବା ବେଳେ ମେ’ ୧୪ରେ ଏହାର ଶୁଣାଣି ହେବ।
ଗତ ମେ’ ୮ରେ ସାଇବରାବାଦ ପୋଲିସ କମିଶନରେଟ୍ ଅଧୀନ ପେଟ୍ ବଶୀରାବାଦ ଥାନାରେ ୧୭ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ବନ୍ଦୀ ଭାଗୀରଥଙ୍କ ବିରୋଧରେ ପୋକ୍ସୋ ଆଇନ ଅନୁସାରେ ମାମଲା ରୁଜୁ ହୋଇଥିଲା।
ଅନ୍ୟପଟେ, ଭାଗୀରଥ ମଧ୍ୟ ଯୁବତୀ ଓ ତାଙ୍କ ପରିବାର ବିରୋଧରେ ‘ହନିଟ୍ରାପ୍’ ଏବଂ ୫ କୋଟି ଟଙ୍କା ଦାବି ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ରାଜନୈତିକ ତର୍କ ବଢ଼ିଥିବା ବେଳେ ରେଭନ୍ଥ ରେଡ୍ଡି ଡିଜିପିଙ୍କୁ ତ୍ୱରିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ପୋଲିସ ପକ୍ଷରୁ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଅଧିକ ପ୍ରମାଣ ସଂଗ୍ରହ କାମ ଚାଲିଛି। ଅଭିଯୁକ୍ତ ଫେରାର ଥିବା ସନ୍ଦେହ କରାଯାଉଥିବାରୁ ପୋଲିସ ତାଙ୍କ କଲ୍ ଡିଟେଲ୍ ରେକର୍ଡ ଖତିଆନ କରୁଛି।

Show More

Related Articles

Back to top button