Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ଦେବାଶିଷଙ୍କ ଇସ୍ତଫା ପରେ ବର୍ଷିଲା ବିଜେଡି

ଭୁବନେଶ୍ୱର, ୨୫ ମଇ- ) ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା । ପ୍ରମିଳା ମଲ୍ଲିକ କହିଛନ୍ତି ଦଳ ପାଇଁ କିଛି କ୍ଷତି ହେବନି  ।

ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେଡି ସରକାରରୁ ଗଲା ପରେ ସେ ବିଜେପି ସହ ଯୋଗାଯୋଗରେ ଥିଲେ । ତେଣୁ ୱାକଫ୍ ବିଲ୍ ବେଳେ ସେ ସଂସଦରେ ଅନୁପସ୍ଥିତ ରହିଲେ । ବିଜେପି ୱାଶିଂ ମେସିନ୍‌ରେ ପଡ଼ି ସଫା ହେବାକୁ ଯାଇଛନ୍ତି କହି ତାତ୍ସଲ୍ୟ କରିଛନ୍ତି ପ୍ରମିଳା ମଲ୍ଲିକ ।

ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ଗୋଟିଏ ଦିନ ବି ସେ ସଂସଦରେ ଓଡ଼ିଶା ଲୋକଙ୍କ ସମସ୍ୟା ଉଠାଇ ନାହାନ୍ତି । ଏଭଳି ଲୋକ ଦଳରୁ ଗଲେ ଦଳ ଆହୁରି ମଜଭୁତ ହେବ ।

ଦେବାଶିଷ ସାମନ୍ତରାୟଙ୍କ ଇସ୍ତଫା ପରେ ତାଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ଲେନିନ ମହାନ୍ତି । ସେ କହିଛନ୍ତି ଦଳ ପାଇଁ ଦେବାଶିଷଙ୍କର କିଛି ଅବଦାନ ନାହିଁ  । ଦଳଠାରୁ ସବୁ ଫାଇଦା ଓ ପଦପଦବୀ ନେଇଛନ୍ତି । ମୋତେ ଲାଗୁନି ତାଙ୍କ ପାଇଁ ଦଳରେ କ୍ଷତି ହେବ । ତାଙ୍କ ପାଇଁ କଟକରେ ଅନେକ ତୁଙ୍ଗ ନେତା ଦଳ ଛାଡ଼ିଛନ୍ତି । ସେ ନିଜେ ମଧ୍ୟ କଟକରେ ହାରିଛନ୍ତି, କୌଣସି ପ୍ରଭାବ ପଡ଼ିବନି ବୋଲି ସେ କହିଛନ୍ତି ।

Show More

Related Articles

Back to top button