Breaking PLUSଓଡ଼ିଶାମୁଖ୍ୟ ଖବର

ବରିଷ୍ଠ ଆଇପିଏସ ଦୟାଲ ଗଙ୍ଗୱାରଙ୍କ ବଦଳି

ଗୃହ ବିଭାଗ ଓଏସଡି ଦାୟିତ୍ବ

ଭୁବନେଶ୍ୱର, ୨୫ ମଇ- ବରିଷ୍ଠ ଆଇପିଏସ ଦୟାଲ ଗଙ୍ଗୱାରଙ୍କ ବଦଳି । ତାଙ୍କୁ ଗୃହ ବିଭାଗ ଓଏସଡି ଦାୟିତ୍ବ ଦିଆଯାଇଛି । ଏଡିଜିପି କମ୍ୟୁନିକେସନ ପଦରୁ ହଟିଲେ ଗଙ୍ଗୱାର । ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ସେ ବିବାଦୀୟ ହୋଇଥିଲେ ।

ସମ୍ପ୍ରତି ବାଲିଅନ୍ତାରେ ଘଟିଥିବା ସୌମ୍ୟ ହତ୍ୟା ଘଟଣାକୁ ନେଇ ଦୟାଲ ଗଙ୍ଗୱାର ବିବାଦରେ ଆସିଥିଲେ। ଏହି ଘଟଣାରେ ମୃତ ସୌମ୍ୟଙ୍କ ମାଆ ଗଙ୍ଗୱାରଙ୍କ ନାମ ଉଲ୍ଲେଖ କରି ଗୁରୁତର ଅଭିଯୋଗ ଆଣିଥିଲେ।

ସେ ଅଭିଯୋଗ କରିଥିଲେ ଯେ, ଗଙ୍ଗୱାରଙ୍କ କାରଣରୁ ତାଙ୍କ ପୁଅ ମାନସିକ ଚାପରେ ରହୁଥିଲେ, ଯାହା ଘଟଣାର ଏକ ପ୍ରମୁଖ କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ଉଲ୍ଲେଖନୀୟ ଯେ, ଭିଡ଼ ହିଂସାରେ ସୌମ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଦ୍ୱାରା ଜାରି ରହିଛି।ଏହି ପରିସ୍ଥିତିରେ ଗଙ୍ଗୱାରଙ୍କ ବଦଳିକୁ ଗୁରୁତ୍ୱ ସହ ନନିଆଯାଇଥିବା ବେଳେ  ବେଳେ ଏହାକୁ  ମଧ୍ୟ ଟଣା ସହ ଯୋଡ଼ି ଆଲୋଚନା କରାଯାଉଛି।

Show More

Related Articles

Back to top button