Breaking PLUSଦୁର୍ଘଟଣାମୁଖ୍ୟ ଖବର

MKCG ମେଡିକାଲ ଛାତ୍ର ନିଖୋଜ

ବ୍ରହ୍ମପୁର ଷ୍ଟେସନରୁ ମିଳିଲା ମୋବାଇଲ

ବ୍ରହ୍ମପୁର: ଏମକେସିଜି ଭେଷଜ ମହାବିଦ୍ୟାଳୟର ଜଣେ ଏମବିବିଏସ୍‌ ପ୍ରଥମ ବର୍ଷ ଛାତ୍ର ନିଖୋଜ ହୋଇଛନ୍ତି। ଯାଜପୁର ଜିଲା କୁଆଖିଆ ଥାନା ଅଧୀନ କପାଳି ଗ୍ରାମର ୨୧ ବର୍ଷୀୟ ସାଗର ସାହୁଙ୍କ ସନ୍ଧାନ ମିଳୁନଥିବା ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି।

ଅଗଷ୍ଟ ୩୧ ତାରିଖରୁ ସାଗର ନିଖୋଜ ଥିବାବେଳେ ବ୍ରହ୍ମପୁର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରୁ ତାଙ୍କ ମୋବାଇଲ ଫୋନ୍‌ ମିଳିଛି। ଏହାକୁ ଆଧାର କରି ପୋଲିସ ଷ୍ଟେସନ ପରିସରର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ବୈଦ୍ୟନାଥପୁର ଥାନା ପୋଲିସ ସହ ଜିଆରପି ମଧ୍ୟ ଘଟଣାର ତଦନ୍ତ କରୁଛି।

ସାଗର ବିନା କୌଣସି କୋଚିଂରେ ନିଟ୍‌ ପରୀକ୍ଷାରେ ସଫଳ ହୋଇ ଏମକେସିଜି ମେଡିକାଲ କଲେଜରେ ନାମ ଲେଖାଇଥିଲେ। ସେ ପ୍ରଥମ ବର୍ଷରେ ପଢ଼ୁଥିବା ତାଙ୍କ ମାମୁ କୁଳମଣି ସାହୁ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ସାଗର ପଶ୍ଚିମବଙ୍ଗର ଖଡ଼ଗପୁରରେ ଥିବା ନେଇ ଜଣେ ବ୍ୟକ୍ତି ପରିବାରକୁ ଯୋଗାଯୋଗ କରିଥିବା ତାଙ୍କ ଅଭିଭାବକ କହିଛନ୍ତି। ତେବେ ସାଗର ପ୍ରକୃତରେ ଖଡ଼ଗପୁରରେ ଅଛନ୍ତି କି ନାହିଁ, ଏନେଇ ପୋଲିସ ଯାଞ୍ଚ ଜାରି ରଖିଛି।

Show More

Related Articles

Back to top button