Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବ୍ରିଟେନର ନାଗରିକତା ପାଇଲେ ଲଳିତ ମୋଦି

ଆଇପିଏଲ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ଭାରତ ଛାଡ଼ି ବ୍ରିଟେନରେ ରହୁଥିବା ଲଳିତ ମୋଦି ବ୍ରିଟିଶ ନାଗରିକତା ହାସଲ କରିଛନ୍ତି। ନଭେମ୍ବର ୧୪ରେ ଅକ୍ସଫୋର୍ଡ ୟୁନିଅନ୍‌ରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ ଏହି ଘୋଷଣା କରିଛନ୍ତି। ଏହାକୁ ସେ ନିଜ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଓ ନୂଆ ଅଧ୍ୟାୟ ବୋଲି କହିଛନ୍ତି।

ଲଳିତ ମୋଦିଙ୍କ ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୫ରେ ପରିବାର ଓ ବନ୍ଧୁଙ୍କ ଗହଣରେ ନାଗରିକତା ହାସଲର ଉତ୍ସବ ପାଳନ କରିଥିଲେ। ବ୍ରିଟେନ ଦୀର୍ଘ ବର୍ଷ ଧରି ତାଙ୍କର ଘର ଭଳି ରହିଆସିଛି। ଏଠାକାର ଲୋକ, ସଂସ୍ଥା, ପରମ୍ପରା ଓ ମୂଲ୍ୟବୋଧ ପ୍ରତି ତାଙ୍କର ଗଭୀର ସମ୍ମାନ ରହିଛି ବୋଲି ସେ ଏକ୍ସରେ ପୋଷ୍ଟ କରିଛନ୍ତି। ବ୍ରିଟିଶ ନାଗରିକତାକୁ ସେ ଗର୍ବ ସହ ଏକ ବଡ଼ ଦାୟିତ୍ୱ ଭାବେ ଗ୍ରହଣ କରିଥିବା ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଇପିଏଲ୍‌ ସହ ଜଡ଼ିତ କଥିତ ଆର୍ଥିକ ଅନିୟମିତତା ମାମଲାରେ ୨୦୧୦ରେ ତଦନ୍ତ ଆରମ୍ଭ ହେବା ପରେ ଲଳିତ ମୋଦି ଭାରତ ଛାଡ଼ିଥିଲେ। ସେବେଠାରୁ ସେ ବ୍ରିଟେନରେ ରହୁଛନ୍ତି। ତାଙ୍କର ନୂଆ ନାଗରିକତା ଘୋଷଣାକୁ ନେଇ ରାଜନୈତିକ ଓ କ୍ରୀଡ଼ା ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Show More

Related Articles

Back to top button