Breaking PLUSଦୁର୍ଘଟଣାଦେଶପୂଜା ପାର୍ବଣମୁଖ୍ୟ ଖବର
ଛଠ୍ ପୂଜା ପୂର୍ବରୁ ଅଘଟଣ, ପୁନପୁନ ନଦୀରେ ୩ ନାବାଳକ ନିଖୋଜ

ବିହାରର ପାଟନା ଜିଲ୍ଲା ମିର୍ଜାପୁର ଗାଁରେ ଛଠ୍ ପୂଜା ପ୍ରସ୍ତୁତି ବେଳେ ଅଘଟଣ ଘଟିଛି। ପୁନପୁନ ନଦୀକୂଳରେ ଘାଟ ସଫା ଓ ସାଜସଜ୍ଜା କରୁଥିବା ୩ ଜଣ ନାବାଳକ ନଦୀରେ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଲେ ଆସୁ, ସୂରଜ ଓ ଆଦିତ୍ୟ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରବିବାର ତିନି ଜଣ ନାବାଳକ ନଦୀକୂଳରେ ପୂଜା ପାଇଁ ଘାଟ ସଫା କରୁଥିଲେ। ଏହି ସମୟରେ ସେମାନେ ନଦୀର ଗଭୀର ଜଳ ଭିତରକୁ ଚାଲିଯାଇଥିଲେ। ଏହାପରେ ଆଉ ସେମାନଙ୍କର ପତ୍ତା ମିଳିନାହିଁ। ତିନି ଜଣ ଯାକ ପାଣିରେ ବୁଡ଼ିଯାଇଥିବା ଆଶଙ୍କା କରାଯାଉଛି।
ଏହି ଘଟଣାକୁ ନେଇ ଗାଁରେ ଦୁଃଖର ପରିବେଶ ସୃଷ୍ଟି ହୋଇଛି। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ଖବର ଦିଆଯିବା ପରେ ମଧ୍ୟ ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଟିମ୍ ଠିକ୍ ସମୟରେ ପହଞ୍ଚିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।



