Breaking PLUSଆଇନ କାନୁନଓଡ଼ିଶାଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତି

ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୪୭ ପ୍ଲାଟୁନ୍ ଫୋର୍ସ ମୁତୟନ

 

ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଓଡ଼ିଶା ଗସ୍ତକୁ ନେଇ ଭୁବନେଶ୍ୱର ଓ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ତାଙ୍କ ସୁରକ୍ଷା ପାଇଁ ମୋଟ ୪୭ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସୁରକ୍ଷାର ସମସ୍ତ ଦିଗ ଯାଞ୍ଚ କରାଯାଉଛି।

ସୋମବାର ସକାଳ ୯ଟା ୧୫ ମିନିଟ୍‌ରେ ଉପରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ବିଧାନସଭାରେ ଆୟୋଜିତ ବିଧାୟକମାନଙ୍କ ତାଲିମ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିପାଇଁ ବିଧାନସଭା ପରିସର ସମେତ ଆଖପାଖ ଅଞ୍ଚଳରେ ସୁରକ୍ଷା ବଳୟକୁ କଡ଼ାକଡ଼ି କରାଯାଇଛି।

ଏହାବ୍ୟତୀତ ଉପରାଷ୍ଟ୍ରପତି ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ଆଇକନିକ୍ ଟାୱାର ଉଦ୍‌ଘାଟନ କରିବେ। ଗସ୍ତ ପୂର୍ବରୁ ଆର୍‌ଓ ଗ୍ରାଉଣ୍ଡରେ ପୁଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବ୍ରିଫିଂ ସହ ମକ୍‌ଡ୍ରିଲ୍ ଓ ରିହର୍ସାଲ୍ କରାଯାଇଛି।

Show More

Related Articles

Back to top button