Breaking PLUSଆଇନ କାନୁନଓଡ଼ିଶାମୁଖ୍ୟ ଖବର

ପାରାଦୀପ ପୋର୍ଟ DTMଙ୍କ ୮ ଠିକଣାରେ CBI ଚଢ଼ାଉ, ୮ କୋଟିର ସମ୍ପତ୍ତି ଠାବ

ପାରାଦୀପ ପୋର୍ଟର ଡେପୁଟି ଟ୍ରାଫିକ୍ ମ୍ୟାନେଜର (DTM) ଶ୍ରୀମନ ମିଶ୍ରଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଚଢ଼ାଉ କରିଛି। ଶନିବାର ପାରାଦୀପ ସମେତ ଏରସମା, କୁଜଙ୍ଗ ଓ ଭୁବନେଶ୍ୱରର ୮ଟି ସ୍ଥାନରେ ଏକକାଳୀନ ଯାଞ୍ଚ ଚାଲିଛି।

ସୂଚନା ଅନୁସାରେ, ପାରାଦୀପରେ ଥିବା ସରକାରୀ କ୍ୱାର୍ଟର୍ସ ଓ ଉଦୟବଟସ୍ଥିତ ଘର, କୁଜଙ୍ଗର ନିହାରୁଣୀ, ଏରସମାର ବାମଦେଇପୁର ଏବଂ ଭୁବନେଶ୍ୱରର ରଘୁନାଥପୁରସ୍ଥିତ ଘରେ ସିବିଆଇ ଟିମ୍ ଯାଞ୍ଚ କରୁଛି।

ପ୍ରାଥମିକ ଯାଞ୍ଚରେ ଏହି ୮ଟି ସ୍ଥାନରୁ ୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି। ଶ୍ରୀ ମିଶ୍ର ଏକାଧିକ ଦାମୀ ସମ୍ପତ୍ତି କିଣିଥିବା ନେଇ ମଧ୍ୟ ତଦନ୍ତକାରୀ ସଂସ୍ଥା ସୁରାକ୍ ପାଇଛି।

ପୂର୍ବରୁ ଏହି ମାମଲାରେ ଲୋକାୟୁକ୍ତ ଓ ଇଡି ନିକଟରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ତେବେ ଚଢ଼ାଉ ଓ ଠାବ ହୋଇଥିବା ସମ୍ପତ୍ତି ସମ୍ପର୍କରେ ସିବିଆଇ କିମ୍ବା ଶ୍ରୀ ମିଶ୍ରଙ୍କ ପକ୍ଷରୁ ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ।

Show More

Related Articles

Back to top button