Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ୟୁପିରେ ସ୍କୁଲ ଛାତ୍ରୀଙ୍କୁ ମାଗଣା ସାନିଟାରି ପ୍ୟାଡ୍

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରୀଙ୍କୁ ମାଗଣା ସାନିଟାରି ପ୍ୟାଡ୍ ଯୋଗାଇବାକୁ ଯୋଜନା କରୁଛନ୍ତି ଯୋଗୀ ଆଦିତ୍ୟନାଥ ସରକାର। ଏଥିପାଇଁ ରାଜ୍ୟ ସରକାର ଏକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରୁଥିବା ସୋମବାର ଅଧିକାରୀମାନେ ସୂଚନା ଦେଇଛନ୍ତି।
ଲକ୍ଷ୍ନୌର ଆନେକ୍ସି ବିଲ୍ଡିଂରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା କମିଟି ବୈଠକରେ ଏହି ଯୋଜନା ଉପରେ ଆଲୋଚନା ହୋଇଛି। ମେଡିକାଲ ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର ବିଭାଗର ପ୍ରମୁଖ ସଚିବ ଭି. ହେକାଲି ଜିମୋମିଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା।


ଋତୁସ୍ରାବକୁ ନେଇ ରହିଥିବା ସାମାଜିକ ସଙ୍କୋଚ, ଭ୍ରାନ୍ତ ଧାରଣା ଓ ଅନ୍ଧବିଶ୍ୱାସ ଦୂର କରିବା ଉପରେ କମିଟି ଗୁରୁତ୍ୱ ଦେଇଛି। ଏଥିସହ ସ୍କୁଲ ପାଠ୍ୟକ୍ରମରେ ଋତୁସ୍ରାବ ସମ୍ପର୍କିତ ଶିକ୍ଷାକୁ ସାମିଲ କରିବା ଏବଂ କିଶୋରୀଙ୍କୁ ଋତୁସ୍ରାବ ଆରମ୍ଭ ପୂର୍ବରୁ ବୟସ ଅନୁଯାୟୀ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି।
ସଚେତନତା ପାଇଁ ଡିଜିଟାଲ୍‌ ମାଧ୍ୟମ ଓ ସୋସିଆଲ୍‌ ମିଡିଆର ସହାୟତା ନିଆଯିବ। ବ୍ୟବହୃତ ପ୍ୟାଡ୍‌ର ସୁରକ୍ଷିତ ଓ ପରିବେଶ ଅନୁକୂଳ ନିଷ୍କାସନ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯିବ।

Show More

Related Articles

Back to top button