Breaking PLUSଦେଶବାଣିଜ୍ୟମୁଖ୍ୟ ଖବର

ଡିଜେଲ୍‌ ରପ୍ତାନି ଉପରେ ଟିକସ ହ୍ରାସ

ସେପ୍ଟେମ୍ବର ୧ରୁ ନୂଆ ଶୁଳ୍କ ବ୍ୟବସ୍ଥା

ନୂଆଦିଲ୍ଲୀ: ଡିଜେଲ୍‌ ସମେତ ପେଟ୍ରୋଲିୟମ୍‌ ଉତ୍ପାଦ ରପ୍ତାନି ଉପରେ ଲାଗୁଥିବା ଶୁଳ୍କ ବ୍ୟବସ୍ଥାରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସେପ୍ଟେମ୍ବର ୧ରୁ ଡିଜେଲ୍‌ ରପ୍ତାନି ଉପରେ ଏକ୍ସପୋର୍ଟ ଲେଭି ଓ ୱିଣ୍ଡଫଲ୍‌ ଟ୍ୟାକ୍ସ ଉଭୟକୁ କମାଇ ଦିଆଯାଇଛି। ଏନେଇ ସରକାରୀ ଆଦେଶ ଜାରି ହୋଇଛି।

ସଂଶୋଧିତ ହାର ଅନୁସାରେ, ଡିଜେଲ୍‌ ରପ୍ତାନି ଉପରେ ଏକ୍ସପୋର୍ଟ ଲେଭି ଲିଟର ପିଛା ୩ ଟଙ୍କାରୁ ୧ ଟଙ୍କାକୁ ହ୍ରାସ ପାଇଛି। ସେହିପରି ୱିଣ୍ଡଫଲ୍‌ ଟ୍ୟାକ୍ସ ୨୪ ଟଙ୍କାରୁ ୧୯ ଟଙ୍କାକୁ କମିଛି। ଅର୍ଥାତ୍‌ ଡିଜେଲ୍‌ ରପ୍ତାନି ଉପରେ ମୋଟ ଟିକସ୍‌ ବୋଝ ଲିଟର ପିଛା ୭ ଟଙ୍କା ହ୍ରାସ ହୋଇଛି। ଏହା ଫଳରେ ଦେଶରୁ ଡିଜେଲ୍‌ ରପ୍ତାନି କରୁଥିବା କମ୍ପାନୀଗୁଡ଼ିକ କିଛିଟା ଆଶ୍ୱସ୍ତି ପାଇପାରନ୍ତି।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର, ପେଟ୍ରୋଲିୟମ୍‌ ଉତ୍ପାଦର ମୂଲ୍ୟ, ରପ୍ତାନି ମାର୍ଜିନ୍‌ ଓ ଦେଶୀୟ ଇନ୍ଧନ ଯୋଗାଣ ସ୍ଥିତିକୁ ବିଚାର କରି ସରକାର ସମୟ ସମୟରେ ଏହି ଟିକସ୍‌ ହାର ସମୀକ୍ଷା କରିଥାନ୍ତି।

ଆନ୍ତର୍ଜାତିକ ଦର ହଠାତ୍‌ ବଢ଼ିଲେ ତୈଳ ଉତ୍ପାଦକ କିମ୍ବା ରିଫାଇନରମାନେ ସାଧାରଣ ସମୟ ତୁଳନାରେ ଅଧିକ ଲାଭ କରିପାରନ୍ତି। ଏହି ଅତିରିକ୍ତ ଲାଭ ଉପରେ ଲାଗୁଥିବା କରକୁ ୱିଣ୍ଡଫଲ୍‌ ଟ୍ୟାକ୍ସ କୁହାଯାଏ। ଘରୋଇ ବଜାରରେ ଇନ୍ଧନର ପର୍ଯ୍ୟାପ୍ତ ଯୋଗାଣ ବଜାୟ ରଖିବା ଏବଂ କେବଳ ଅଧିକ ଲାଭ ପାଇଁ ଇନ୍ଧନ ରପ୍ତାନିକୁ ନିରୁତ୍ସାହିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ନୂଆ ଟିକସ୍‌ ହାର ଲାଗୁ ହେବା ଦ୍ୱାରା ଡିଜେଲ୍‌ ରପ୍ତାନିର ଖର୍ଚ୍ଚ କମିବା ସହ ରପ୍ତାନିକାରୀଙ୍କ ଲାଭ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ।

Show More

Related Articles

Back to top button