Breaking PLUSଆଇନ କାନୁନମୁଖ୍ୟ ଖବର
ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାରେ ରହିବେ ସାମ୍ବାଦିକ, ଆୟୁଷ୍ମାନ ଭାରତରେ ମିଶିବ ନାହିଁ

ସାମ୍ବାଦିକମାନଙ୍କ ପାଇଁ ରାଜ୍ୟରେ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବଭଳି ସାମ୍ବାଦିକମାନେ ଏହି ଯୋଜନାରେ ସ୍ୱାସ୍ଥ୍ୟ ବୀମା ସୁବିଧା ପାଇବେ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
ଯେଉଁ ସାମ୍ବାଦିକମାନେ ନୂଆକରି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଆବେଦନ କରିପାରିବେ। ଯୋଗ୍ୟତା ପୂରଣ କରୁଥିବା ସାମ୍ବାଦିକମାନେ ପୂର୍ବପରି ଏହି ଯୋଜନାରେ ଚିକିତ୍ସା ଓ ସ୍ୱାସ୍ଥ୍ୟ ବୀମା ସୁବିଧା ପାଇବେ।
ସରକାରଙ୍କ ଏହି ନିଷ୍ପତ୍ତିକୁ ସାମ୍ବାଦିକ ମହଲରେ ସ୍ୱାଗତ କରାଯାଇଛି। ଯୋଜନାଟି ସ୍ୱତନ୍ତ୍ର ଭାବେ ଜାରି ରହିବା ଦ୍ୱାରା ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଅବ୍ୟାହତ ରହିବ ବୋଲି ମତ ପ୍ରକାଶ ପାଇଛି।


