Breaking PLUSଦେଶମୁଖ୍ୟ ଖବର

ଏସ୍‌ଆଇଆର୍‌କୁ ନେଇ କଂଗ୍ରେସକୁ ଘେରିବ ବିଜେପି, ଦେଶବ୍ୟାପୀ ଅଭିଯାନ

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଓ ନିର୍ବାଚନ ଆୟୋଗକୁ ନେଇ କଂଗ୍ରେସର ଅଭିଯୋଗର ଜବାବ ଦେବାକୁ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରିବାକୁ ଯୋଜନା କରୁଛି ବିଜେପି। ଆସନ୍ତା ସପ୍ତାହରୁ ଏହି ଅଭିଯାନ ଆରମ୍ଭ ହେବାର ସମ୍ଭାବନା ରହିଛି।

ଏସ୍‌ଆଇଆର୍‌ ପ୍ରକ୍ରିୟା ଓ ଭାରତୀୟ ନିର୍ବାଚନ ଆୟୋଗର କାର୍ଯ୍ୟକୁ ନେଇ ବିରୋଧୀ ଦଳ ଉଠାଉଥିବା ପ୍ରଶ୍ନର ତଥ୍ୟଭିତ୍ତିକ ଜବାବ ଜନସାଧାରଣଙ୍କ ନିକଟରେ ରଖିବା ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଦଳ ପକ୍ଷରୁ ୨୪ ପୃଷ୍ଠାର ଏକ ଦସ୍ତାବିଜ୍‌ ପ୍ରସ୍ତୁତ କରାଯାଉଛି।

ସାଂସଦ, ବିଧାୟକ ଓ ଅନ୍ୟ ନେତାମାନଙ୍କୁ ନିଜ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ଆଲୋଚନା କରିବାର ଦାୟିତ୍ୱ ଦିଆଯାଇପାରେ। ସଭା, ଜନସମ୍ପର୍କ କାର୍ଯ୍ୟକ୍ରମ ସହ ସୋସିଆଲ୍‌ ମିଡିଆ ମାଧ୍ୟମରେ ମଧ୍ୟ ଦଳ ନିଜ ପକ୍ଷ ରଖିବାକୁ ଯୋଜନା କରିଛି।

ଏହାସହ ପୂର୍ବରୁ କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ ନିର୍ବାଚନ ଆୟୋଗ ଓ ଅନ୍ୟ ସାମ୍ବିଧାନିକ ସଂସ୍ଥାର ଦୁରୁପଯୋଗ ହୋଇଥିବା ନେଇ ବିଜେପି ଯେଉଁ ଅଭିଯୋଗ କରୁଛି, ତାହାକୁ ମଧ୍ୟ ଅଭିଯାନରେ ଉଠାଇବାକୁ ଦଳ ଯୋଜନା କରୁଛି। ଏସ୍‌ଆଇଆର୍‌କୁ ନେଇ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ ଏହି ଅଭିଯାନକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

Show More

Related Articles

Back to top button