Breaking PLUSଦେଶମୁଖ୍ୟ ଖବରରାଜନୀତି

ରେଜିନଗର ଗଣତି କେନ୍ଦ୍ରରେ କଡ଼ା ସୁରକ୍ଷା

କୋଲକାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲା ରେଜିନଗର ବିଧାନସଭା ଉପନିର୍ବାଚନର ଶୁକ୍ରବାର ଭୋଟ୍‌ ଗଣତିକୁ ନେଇ ପ୍ରଶାସନ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ବହରମପୁର ଗାର୍ଲ୍ସ କଲେଜରେ ଗଣତି ହେବ। ମତଦାନ ସମୟରେ ଘଟିଥିବା ଛିଟାଛିଟା ହିଂସା ଓ ରାଜନୈତିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଗଣତି କେନ୍ଦ୍ର ଆଖପାଖରେ କଟକଣା ଜାରି କରାଯାଇଛି।

ଶୁକ୍ରବାର ସକାଳ ୫ଟାରୁ ଗଣତି ଶେଷ ଓ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ। ଗଣତି କେନ୍ଦ୍ରର ୧୦୦ ମିଟର ମଧ୍ୟରେ ଗାଡ଼ି ଚଳାଚଳ, ୫ କିମ୍ବା ଅଧିକ ଲୋକଙ୍କ ସମାଗମ ଏବଂ ଲାଉଡସ୍ପିକର ବ୍ୟବହାର ନିଷିଦ୍ଧ କରାଯାଇଛି। ନିର୍ବାଚନ କମିଶନଙ୍କ ବୈଧ ପରିଚୟପତ୍ର ବିନା କାହାକୁ କେନ୍ଦ୍ର ଭିତରକୁ ଅନୁମତି ମିଳିବ ନାହିଁ।

ଏହାଛଡ଼ା ୨୦୦ ମିଟର ଅଞ୍ଚଳରେ ଅସ୍ତ୍ରଶସ୍ତ୍ର, ମୋବାଇଲ୍‌, କର୍ଡଲେସ୍‌ ଫୋନ୍‌ ଓ ୱାୟାରଲେସ୍‌ ସେଟ୍‌ ନେବା ଉପରେ ରୋକ୍‌ ରହିବ। ତେବେ ଡ୍ୟୁଟିରେ ଥିବା ମାଜିଷ୍ଟ୍ରେଟ୍‌, ପୁଲିସ, ନିର୍ବାଚନ ପର୍ଯ୍ୟବେକ୍ଷକ ଓ ଗଣତି କର୍ମଚାରୀ ଏଥିରୁ ବାଦ୍‌ ପଡ଼ିବେ।

ମତଦାନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବା ଓ ପୁଲିସକୁ ଧମକ ଦେବା ଅଭିଯୋଗରେ ଏଜେୟୁପି ବିଧାୟକ ହୁମାୟୁନ କବୀର ଗିରଫ ହୋଇଥିଲେ।

Show More

Related Articles

Back to top button