Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଓଡ଼ିଶା ବନ୍ଦରେ ଜନଜୀବନ ପ୍ରଭାବିତ

 

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଗୁରୁବାର ଡକାଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ, ବିକ୍ଷୋଭ ଓ ଧାରଣା ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ଭୁବନେଶ୍ୱର ସମେତ ବିଭିନ୍ନ ସହର ଓ ପ୍ରମୁଖ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ଯୋଗୁ ଯାତ୍ରୀମାନେ ଅସୁବିଧାରେ ପଡ଼ିଛନ୍ତି। କେତେକ ରେଳ ଷ୍ଟେସନରେ ଆନ୍ଦୋଳନକାରୀମାନେ ରେଳରୋକୋ କରିଥିବା ଜଣାପଡ଼ିଛି।

ତେବେ ଆମ୍ବୁଲାନ୍ସ, ଅଗ୍ନିଶମ ସେବା, ଔଷଧ ଦୋକାନ ଓ କ୍ଷୀର ଯୋଗାଣ ଭଳି ଜରୁରୀ ସେବାକୁ ବନ୍ଦରୁ ବାଦ୍‌ ଦିଆଯାଇଛି। ଚିକିତ୍ସା ଓ ଅନ୍ୟ ଅତ୍ୟାବଶ୍ୟକ ସେବାରେ ବାଧା ନଦେବାକୁ ଆନ୍ଦୋଳନକାରୀଙ୍କୁ କୁହାଯାଇଛି।

କଂଗ୍ରେସ ପକ୍ଷରୁ ମୁଖ୍ୟତଃ ତିନିଟି ଦାବି ନେଇ ଏହି ବନ୍ଦ ଡକାଯାଇଛି। ୨୦୨୬ର ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ ପ୍ରତ୍ୟାହାର, ପାଠ୍ୟପୁସ୍ତକରେ କଥିତ ତ୍ରୁଟି ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍‌କୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଗିରଫ ଦାବି କରାଯାଇଛି।

Show More

Related Articles

Back to top button