Breaking PLUSକଳା ସଂସ୍କୃତି ଓ ସାହିତ୍ୟଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ନୋବେଲ ସାହିତ୍ୟ ପୁରସ୍କାର ପାଇଁ ଆନ୍ନେ କାରସନଙ୍କ ନାମ

ନୂଆଦିଲ୍ଲୀ: କାନାଡାର ପ୍ରଖ୍ୟାତ କବି ଓ ଲେଖିକା ଆନ୍ନେ କାରସନ ୨୦୨୬ ମସିହା ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। କବିତା, ଗଦ୍ୟ ଓ ଅନୁବାଦ କ୍ଷେତ୍ରରେ ତାଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ବିଶେଷକରି ପ୍ରାଚୀନ ଗ୍ରୀକ୍ ସାହିତ୍ୟ ଓ କ୍ଲାସିକ୍ସ ଉପରେ ତାଙ୍କର ଗଭୀର ଅଧ୍ୟୟନ ରହିଛି।

୧୯୫୦ରେ କାନାଡାର ଟରାଣ୍ଟୋରେ ଜନ୍ମିତ କାରସନ ଭାଷା, ଶବ୍ଦ ଓ ସାହିତ୍ୟର ବିଭିନ୍ନ ଦିଗ ଉପରେ ଦୀର୍ଘଦିନ ଧରି ଗବେଷଣା କରିଛନ୍ତି। ୧୯୮୧ରେ ତାଙ୍କ ଡକ୍ଟରାଲ ଥେସିସ୍‌ ମଧ୍ୟ ପ୍ରାଚୀନ ଗ୍ରୀକ୍‌ କ୍ଲାସିକ୍ସ ଉପରେ ଆଧାରିତ ଥିଲା। ପରବର୍ତ୍ତୀ ସମୟରେ ସେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗ୍ରୀକ୍‌ କ୍ଲାସିକାଲ୍‌ ସାହିତ୍ୟ ପଢ଼ାଇଛନ୍ତି।

୧୯୯୮ରେ ପ୍ରକାଶିତ ‘ଅଟୋବାଇଓଗ୍ରାଫି ଅଫ୍‌ ରେଡ୍‌’ କୃତି ତାଙ୍କୁ ଅନ୍ତର୍ଜାତୀୟ ସାହିତ୍ୟ ଜଗତରେ ବ୍ୟାପକ ପରିଚିତି ଦେଇଥିଲା। ପ୍ରାଚୀନ ଗ୍ରୀକ୍‌ ସାହିତ୍ୟର ବିଷୟବସ୍ତୁକୁ ଆଧୁନିକ ଶୈଳୀରେ ଉପସ୍ଥାପନ କରିବା ସହ କବିତା ଓ ଅନୁବାଦରେ ତାଙ୍କ ସୃଜନଶୀଳତା ତାଙ୍କୁ ବିଶ୍ୱ ସାହିତ୍ୟରେ ସ୍ୱତନ୍ତ୍ର ସ୍ଥାନ ଦେଇଛି।

Show More

Related Articles

Back to top button