Breaking PLUSଦେଶମୁଖ୍ୟ ଖବରରାଜନୀତି
ଭୋଟ ଚୋରି’ ଅଭିଯୋଗ: ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି


ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳଙ୍କ ଆନ୍ଦୋଳନ ତୀବ୍ର ହୋଇଛି। ଶୁକ୍ରବାର ‘ଇଣ୍ଡିଆ’ ମେଣ୍ଟର ସାଂସଦମାନେ ସଂସଦ ଭବନରୁ ବିଜୟ ଚୌକ ପର୍ଯ୍ୟନ୍ତ ପଦଯାତ୍ରା କରିବା ସହ ଧାରଣା ଦେଇଥିଲେ। ପରେ ବିରୋଧୀ ଦଳର ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଏହି ପ୍ରତିନିଧିମଣ୍ଡଳୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ସମେତ ଅନେକ ନେତା ସାମିଲ ହୋଇଥିଲେ।

ରାଷ୍ଟ୍ରପତିଙ୍କ ସହ ଆଲୋଚନା ପରେ ରାହୁଲ କହିଛନ୍ତି ଯେ ‘ଭୋଟ ଚୋରି’ ସମ୍ପର୍କରେ ବିରୋଧୀଙ୍କ ଅଭିଯୋଗ ଶୁଣି ରାଷ୍ଟ୍ରପତି ପ୍ରମାଣ ଉପସ୍ଥାପନ କରିବାକୁ କହିଛନ୍ତି। ଅନ୍ୟପଟେ ଖଡ଼ଗେ ନିର୍ବାଚନରେ ବାଲଟ ପେପର ବ୍ୟବସ୍ଥା ପୁନଃ ଲାଗୁ କରିବାକୁ ଦାବି କରିଛନ୍ତି। ରାଷ୍ଟ୍ରପତି ମାଗିଥିବା ପ୍ରମାଣ ଖୁବ୍ଶୀଘ୍ର ଦିଆଯିବ ବୋଲି ସେ କହିଛନ୍ତି।
ମମତା ବାନାର୍ଜୀ ବିରୋଧୀ ମେଣ୍ଟ ଏକଜୁଟ ଥିବା ଦାବି କରିଛନ୍ତି। ଏହାପୂର୍ବରୁ କେନ୍ଦ୍ରୀୟ କକ୍ଷରେ ବୈଠକ କରି ବିରୋଧୀ ନେତାମାନେ ଆନ୍ଦୋଳନର ପରବର୍ତ୍ତୀ ରଣନୀତି ପ୍ରସ୍ତୁତ କରିଥିଲେ। ରାହୁଲ ଗାନ୍ଧୀ ଗୁଜରାଟ, ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନକୁ ନେଇ ପ୍ରଶ୍ନ ଉଠାଇବା ସହ ସରକାରଙ୍କୁ ଟାର୍ଗେଟ କରିଥିଲେ।