Breaking PLUSଦେଶମୁଖ୍ୟ ଖବର

ତ୍ୱିଷା ମୃତ୍ୟୁ ମାମଲା: ସୁପ୍ରିମକୋର୍ଟରେ ଶୁଣାଣି ୧୬ରେ

ନୂଆଦିଲ୍ଲୀ/ଭୋପାଳ: ପୂର୍ବତନ ଅଭିନେତ୍ରୀ ତ୍ୱିଷା ଶର୍ମାଙ୍କ ମୃତ୍ୟୁ ମାମଲାର ବିଚାର ଭୋପାଳରୁ ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ତାଙ୍କ ବାପା ନବନିଧି ଶର୍ମା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ନ୍ୟାୟପୂର୍ଣ୍ଣ ବିଚାର ଏବଂ ପ୍ରାରମ୍ଭିକ ତଦନ୍ତକୁ ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। ଅକ୍ଟୋବର ୧୬ରେ ଏହି ଆବେଦନର ଶୁଣାଣି ହେବ।

୨୦୨୬ ମେ’ ୧୨ରେ ଭୋପାଳସ୍ଥିତ ଶାଶୂଘରେ ତ୍ୱିଷାଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ତାଙ୍କ ସ୍ୱାମୀ ସମର୍ଥ ସିଂହ ଏବଂ ଶାଶୂ ଗିରିବାଳା ସିଂହ ଅଭିଯୁକ୍ତ ଅଛନ୍ତି। ଗିରିବାଳା ପୂର୍ବତନ ବିଚାରପତି ହୋଇଥିବାରୁ ଭୋପାଳରେ ନିରପେକ୍ଷ ବିଚାର ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଛନ୍ତି।

ଜାମିନ ପ୍ରକ୍ରିୟା ଏବଂ ପ୍ରାରମ୍ଭିକ ତଦନ୍ତରେ ଅନିୟମିତତା ହୋଇଥିବା ନେଇ ମଧ୍ୟ ଆବେଦନରେ ଅଭିଯୋଗ କରାଯାଇଛି। ସୁପ୍ରିମକୋର୍ଟଙ୍କ ସ୍ୱତଃ ସଂଜ୍ଞାନ ପରେ ସିବିଆଇ ତଦନ୍ତ ଭାର ଗ୍ରହଣ କରିଥିଲା। ଅଗଷ୍ଟ ୧୪ରେ ସିବିଆଇ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ନିର୍ଯାତନା ଓ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଯୌତୁକ ସମ୍ପର୍କିତ ତଦନ୍ତ ଜାରି ରହିଛି।

ଦିଲ୍ଲୀରେ ଦ୍ୱିତୀୟ ବ୍ୟବଚ୍ଛେଦ ଓ ଫରେନ୍ସିକ୍‌ ରିପୋର୍ଟ ପ୍ରସ୍ତୁତ ହୋଇଥିବା ସହ ଅନେକ ସାକ୍ଷୀ ଏନ୍‌ସିଆର୍‌ ଅଞ୍ଚଳରେ ରହୁଥିବା ଦର୍ଶାଇ ମାମଲା ସ୍ଥାନାନ୍ତର ପାଇଁ ଦାବି କରାଯାଇଛି। ଏଥିସହ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଭୋପାଳରେ ବିଚାର ସ୍ଥଗିତ ରଖିବାକୁ ମଧ୍ୟ ଆବେଦନ ହୋଇଛି।

Show More

Related Articles

Back to top button