Breaking PLUSଦେଶବିଧାନସଭାବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତିସଂସଦସ୍ୱତନ୍ତ୍ର

ସୀମା ପୁନଃନିର୍ଦ୍ଧାରଣ ବିଲ୍‌କୁ ନେଇ ଅଟଳ ଷ୍ଟାଲିନ, ଆଭିମୁଖ୍ୟ ବଦଳାଇନି ଡିଏମକେ

ଇଣ୍ଡିଆ ମେଣ୍ଟର ନେତାମାନଙ୍କ ସହ ବୈଠକ ପରେ ମଧ୍ୟ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ନିଜ ଆଭିମୁଖ୍ୟରେ ଅଟଳ ରହିଛି ଡିଏମକେ। ଦଳର ଆଇଟି ୱିଙ୍ଗ୍‌ ଏକ୍ସରେ ପୋଷ୍ଟ କରି କହିଛି ଯେ କଂଗ୍ରେସ ନେତାମାନେ ଦଳର ମୁଖ୍ୟ ଏମ୍‌.କେ. ଷ୍ଟାଲିନଙ୍କୁ ଭେଟି ଏହି ବିବାଦୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି।

ବୈଠକରେ ଷ୍ଟାଲିନ ଡିଏମକେ ପକ୍ଷରୁ ପାରିତ ସଂକଳ୍ପ ଏବଂ ନିରପେକ୍ଷ ସୀମା ପୁନଃନିର୍ଦ୍ଧାରଣ ପାଇଁ ଦଳ ଚଳାଇଥିବା ସଂଘର୍ଷ ସମ୍ପର୍କରେ ଅବଗତ କରାଇଥିଲେ। କଂଗ୍ରେସ ନେତାମାନେ ଡିଏମକେର ଆଭିମୁଖ୍ୟକୁ ଗ୍ରହଣ କରିଥିବା ଷ୍ଟାଲିନ ଦାବି କରିଛନ୍ତି। ତେବେ ବୈଠକ ପରେ ମଧ୍ୟ ଦଳ ନିଜ ନିଷ୍ପତ୍ତିରେ କୌଣସି ପରିବର୍ତ୍ତନ କରିନାହିଁ। ବିଲ୍‌ ପାରିତ ନହେଲେ ତାମିଲନାଡୁ ନିଜର ହକ୍‌ ହରାଇବ ବୋଲି ଷ୍ଟାଲିନ କହିଛନ୍ତି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧି ପୁଣିଥରେ ଷ୍ଟାଲିନଙ୍କୁ ‘ଭାଇ’ ବୋଲି ସମ୍ବୋଧନ କରି ବିଲ୍‌ ବିରୋଧରେ ଠିଆ ହେବାକୁ ଅନୁରୋଧ କରିଛନ୍ତି। ଏହି ବିଲ୍‌ ତାମିଲ ଜନସାଧାରଣଙ୍କ ଭାଷା, ସଂସ୍କୃତି ଏବଂ ଭାରତୀୟ ସଂଘୀୟ ବ୍ୟବସ୍ଥା ପାଇଁ ବିପଦ ବୋଲି ସେ ମତ ଦେଇଛନ୍ତି।

Show More

Related Articles

Back to top button