Breaking PLUSଦୁର୍ଘଟଣାଦେଶମୁଖ୍ୟ ଖବରରାଜନୀତି

ଉତ୍ତରାଖଣ୍ଡରେ ପୁଣି ଦୁର୍ଘଟଣା, ଘାଟିକୁ ଖସି ୭ ମୃତ

ଉତ୍ତରାଖଣ୍ଡରେ ସଡ଼କ ଦୁର୍ଘଟଣାର ଧାରା ଥମିବାର ନାଁ ନେଉନାହିଁ। ପୌଡ଼ି ଗଢ଼ୱାଲ ଜିଲ୍ଲାର ରିଖନିଖାଲ ଅଞ୍ଚଳରେ ଶନିବାର ଏକ ଗାଡ଼ି ଗଭୀର ଘାଟିକୁ ଖସିପଡ଼ିବାରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗାଡ଼ିଟି ଭଙ୍ଗଲୱାଡ଼ ଗାଁକୁ ଯାଉଥିବା ସମୟରେ କଲୱାଡ଼ି ନିକଟରେ ଚାଳକ ଭାରସାମ୍ୟ ହରାଇଥିଲେ। ଫଳରେ ଗାଡ଼ିଟି ରାସ୍ତାରୁ ଖସି ଘାଟି ତଳକୁ ପଡ଼ିଥିଲା। ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଆହତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ସହ ଆବଶ୍ୟକ ପଡ଼ିଲେ ଏୟାରଲିଫ୍ଟ କରିବାକୁ ସେ ଅଧିକାରୀଙ୍କୁ କହିଛନ୍ତି।

ଏହା ପୂର୍ବରୁ ତେହରି ଗଢ଼ୱାଲ ଜିଲ୍ଲାର ଗୁଲାର ପୋଲ ନିକଟରେ ଏକ ଯାତ୍ରୀବାହୀ ବସ୍ ପ୍ରାୟ ୧୦୦ ମିଟର ଗଭୀର ଘାଟିକୁ ଖସିଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।

Show More

Related Articles

Back to top button