Breaking PLUSଆଇନ କାନୁନଦେଶ ବିଦେଶବ୍ୟକ୍ତିତ୍ୱମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଇଟାଲୀର ସ୍କୁଲରେ ବୁର୍ଖା, ନକାବ ଉପରେ କଟକଣା

ୟୁରୋପରେ ମୁହଁ ଘୋଡ଼ାଇ ରଖୁଥିବା ପୋଷାକକୁ ନେଇ ବିବାଦ ଜାରି ରହିଥିବାବେଳେ ଇଟାଲୀ ସରକାର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସରକାରଙ୍କ ନୂଆ ନିୟମ ଅନୁଯାୟୀ, ଦେଶର ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନେ ବୁର୍ଖା ଓ ନକାବ ଭଳି ସମ୍ପୂର୍ଣ୍ଣ ମୁହଁ ଢାଙ୍କୁଥିବା ପୋଷାକ ପିନ୍ଧିପାରିବେ ନାହିଁ।

 

ଶିକ୍ଷାନୁଷ୍ଠାନରେ ସୁରକ୍ଷା ଏବଂ ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ କରିବା ଉଦ୍ଦେଶ୍ୟରେ ଏହି କଟକଣା ଲାଗୁ କରାଯାଇଛି। ନିୟମ ଉଲ୍ଲଂଘନ କଲେ ଅଭିଭାବକ କିମ୍ବା ନାବାଳିକା ଛାତ୍ରୀଙ୍କୁ ୧,୦୦୦ ୟୁରୋ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ।

ଏହା ସହିତ ନୂଆ ଶିକ୍ଷା ଆଇନରେ ସ୍କୁଲର ପ୍ରଥମ ବର୍ଷ ଶ୍ରେଣୀଗୃହରେ ବିଦେଶୀ ମୂଳର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୦ ପ୍ରତିଶତରେ ସୀମିତ ରଖିବାକୁ ବ୍ୟବସ୍ଥା ହୋଇଛି। ଶ୍ରେଣୀଗୃହରେ ସମନ୍ୱୟ, ସାମାଜିକ ମିଶ୍ରଣ ଏବଂ ଇଟାଲୀୟ ଭାଷାର ପ୍ରସାରକୁ ଗୁରୁତ୍ୱ ଦେଇ ସରକାର ଏହି ପଦକ୍ଷେପ ନେଇଥିବା କହିଛନ୍ତି।

Show More

Related Articles

Back to top button