Breaking PLUSଦେଶମୁଖ୍ୟ ଖବର

ନିର୍ବାଚନ କମିଶନଙ୍କ ସପକ୍ଷରେ ୪୨ ପୂର୍ବତନ ବିଚାରପତି

ନୂଆଦିଲ୍ଲୀ: ନିର୍ବାଚନ କମିଶନ, ନ୍ୟାୟପାଳିକା ଓ ସାମ୍ବିଧାନିକ ସଂସ୍ଥା ବିରୋଧରେ ଚାଲିଥିବା ଅଭିଯାନକୁ ନେଇ ୪୨ ଜଣ ପୂର୍ବତନ ବିଚାରପତି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏକ ଖୋଲା ଚିଠିରେ ସେମାନେ ପ୍ରମାଣ ବିନା ‘ଭୋଟ୍‌ ଚୋରି’ ଭଳି ଅଭିଯୋଗ କରାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ବିଚାରପତିମାନେ କହିଛନ୍ତି, ସାମ୍ବିଧାନିକ ସଂସ୍ଥାର ସମାଲୋଚନା ଗଣତାନ୍ତ୍ରିକ ଅଧିକାର, କିନ୍ତୁ ସେଗୁଡ଼ିକୁ ଅବିଶ୍ୱସନୀୟ ବୋଲି ପ୍ରଚାର କରିବା ଗଣତନ୍ତ୍ର ପାଇଁ କ୍ଷତିକାରକ। ଭୋଟର ତାଲିକାର ସ୍ପେଶାଲ ଇଣ୍ଟେନ୍ସିଭ୍‌ ରିଭିଜନ୍‌ (ଏସ୍‌ଆଇଆର୍‌) ଏକ ଆଇନସମ୍ମତ ପ୍ରକ୍ରିୟା ବୋଲି ସେମାନେ ଉଲ୍ଲେଖ କରିଛନ୍ତି।

ଚିଠିରେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ହେମନ୍ତ ଗୁପ୍ତା ଓ ପଙ୍କଜ ମିତ୍ତଲଙ୍କ ସମେତ ବିଭିନ୍ନ ହାଇକୋର୍ଟର ପୂର୍ବତନ ବିଚାରପତି ସ୍ୱାକ୍ଷର କରିଛନ୍ତି। ଏହାକୁ ନେଇ ବିଜେପି ଅଧ୍ୟକ୍ଷ ନିତିନ ନବୀନ ରାହୁଲ ଗାନ୍ଧୀଙ୍କ ନିର୍ବାଚନ କମିଶନ ବିରୋଧୀ ଆନ୍ଦୋଳନକୁ ସମାଲୋଚନା କରିଛନ୍ତି।

Show More

Related Articles

Back to top button