Breaking PLUSଓଡ଼ିଶାମୁଖ୍ୟ ଖବର

ପିଏମ୍‌ କିଷାନର ୨୪ତମ କିସ୍ତି: ଓଡ଼ିଶାର ୩୫.୩୯ ଲକ୍ଷ ଚାଷୀ ଉପକୃତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ତମ କିସ୍ତିରେ ଶୁକ୍ରବାର ଓଡ଼ିଶାର ୩୫.୩୯ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୭୦୭.୮୬ କୋଟି ଟଙ୍କା ପଠାଯିବ। ଏନେଇ ଗୁରୁବାର ଏକ ସରକାରୀ ବିବୃତିରେ ସୂଚନା ଦିଆଯାଇଛି।

ଏହି ଯୋଜନାରେ ରାଜ୍ୟର ମୋଟ ୩୫,୩୯,୨୯୭ ଜଣ ଯୋଗ୍ୟ ଚାଷୀଙ୍କୁ ୭୦୭ କୋଟି ୮୫ ଲକ୍ଷ ୯୪ ହଜାର ଟଙ୍କା ପ୍ରଦାନ କରାଯିବ। ଏହି ଅର୍ଥ ହସ୍ତାନ୍ତର ଅବସରରେ ଶୁକ୍ରବାର ପାଳନ କରାଯିବ ପିଏମ୍‌ କିଷାନ ଉତ୍ସବ ଦିବସ।

ଏଥିପାଇଁ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନରେ ସକାଳ ୯ଟାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେବେ।

ସେହିପରି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଗୁଜରାଟର ବନାସକାଣ୍ଠା ଜିଲ୍ଲାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ଯୋଗ୍ୟ ଚାଷୀଙ୍କ ପାଇଁ ୨୪ତମ କିସ୍ତିର ଅର୍ଥ ମୁକ୍ତ କରିବେ।

Show More

Related Articles

Back to top button