Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଓଡ଼ିଶାରେ ବଢ଼ିଲା ବସ୍‌ ଭଡ଼ା

ଭୁବନେଶ୍ୱର: ଓଡ଼ିଶାରେ ଏଣିକି ବସ୍‌ ଯାତ୍ରା ମହଙ୍ଗା ହେବ। ଗୁରୁବାର ରାଜ୍ୟ ସରକାର ବିଭିନ୍ନ ବର୍ଗର ବସ୍‌ ଭଡ଼ା ବୃଦ୍ଧି କରିଛନ୍ତି। ନୂଆ ନିର୍ଦ୍ଧାରିତ ଦର ଅନୁଯାୟୀ, ଅର୍ଡିନାରୀ ବସ୍‌ ଭଡ଼ା କିଲୋମିଟର ପିଛା ୧ ଟଙ୍କା ୧୮ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୧ ଟଙ୍କା ୨୪ ପଇସା ଏବଂ ସେମି ଡିଲକ୍ସ ଭଡ଼ା ୧ ଟଙ୍କା ୩୦ ପଇସା ଧାର୍ଯ୍ୟ କରାଯାଇଛି।

ଡିଲକ୍ସ ବସ୍‌ ପାଇଁ କିଲୋମିଟର ପିଛା ୧ ଟଙ୍କା ୪୧ ପଇସା, ଏସି ଡିଲକ୍ସ ପାଇଁ ୧ ଟଙ୍କା ୯୯ ପଇସା ଏବଂ ସୁପର ପ୍ରିମିୟମ୍‌ ବସ୍‌ ପାଇଁ ୩ ଟଙ୍କା ୨୧ ପଇସା ଭଡ଼ା ନିର୍ଦ୍ଧାରଣ ହୋଇଛି।

ସବୁଠାରୁ ଅଧିକ ଭଡ଼ା ସ୍ଲିପର ଏସି କୋଚ୍‌ ବସ୍‌ ପାଇଁ ରଖାଯାଇଛି। ଏହି ବର୍ଗରେ କିଲୋମିଟର ପିଛା ଭଡ଼ା ୪ ଟଙ୍କା ୬୧ ପଇସା ଧାର୍ଯ୍ୟ ହୋଇଛି। ନୂଆ ଦର ଲାଗୁ ହେବା ପରେ ଘରୋଇ ବସ୍‌ରେ ଯାତ୍ରା କରୁଥିବା ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।

Show More

Related Articles

Back to top button