Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତିସ୍ୱାସ୍ଥ୍ୟ

ଆୟୁଷ୍ମାନ ଭାରତ ଯୋଜନାରେ ଆଉ ୮୯ ଚିକିତ୍ସା ପ୍ୟାକେଜ୍‌!

ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନାରେ ହିତାଧିକାରୀଙ୍କୁ ମିଳିପାରେ ଅଧିକ ଚିକିତ୍ସା ସୁବିଧା। ସରକାରୀ ହସ୍ପିଟାଲରେ ଚିକିତ୍ସାର ପରିସର ବଢ଼ାଇବା ଲକ୍ଷ୍ୟରେ ଆଉ ୮୯ଟି ନୂଆ ହେଲ୍ଥ ପ୍ୟାକେଜ୍‌ ସାମିଲ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ରଖିଛନ୍ତି। ଏହାକୁ ଅନୁମୋଦନ ମିଳିଲେ ସରକାରୀ ହସ୍ପିଟାଲ ପାଇଁ ଉଦ୍ଦିଷ୍ଟ ପ୍ୟାକେଜ୍‌ ସଂଖ୍ୟା ୨୩ରୁ ବୃଦ୍ଧି ପାଇ ୧୧୨ରେ ପହଞ୍ଚିବ।

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍‌ଏଚ୍‌ଏ) ଚିହ୍ନଟ କରିଥିବା ନୂଆ ପ୍ୟାକେଜ୍‌ ତାଲିକାରେ ଗୁରୁତର ରକ୍ତହୀନତା, ଉଚ୍ଚ ରକ୍ତଚାପ, ବ୍ରୋଙ୍କାଇଟିସ୍‌, ଝାଡ଼ା, ରକ୍ତ ମିଶା ଝାଡ଼ା, ମୂତ୍ରନଳୀ ସଂକ୍ରମଣ ଓ ମଧୁମେହ ସମ୍ବନ୍ଧୀୟ ରୋଗ ରହିଛି। ଏଥିସହ ଗର୍ଭାଶୟ ଅପସାରଣ ଅସ୍ତ୍ରୋପଚାର, ଅର୍ଶ, ହାଇଡ୍ରୋସିଲ୍‌, ଗଣ୍ଠି ଓ ସିଷ୍ଟ୍‌ର ଚିକିତ୍ସା ସହ ଚକ୍ଷୁ ପରୀକ୍ଷାକୁ ମଧ୍ୟ ସାମିଲ କରିବାକୁ ପ୍ରସ୍ତାବ ରହିଛି।

ଏହି ପ୍ୟାକେଜ୍‌ ଲାଗୁ ହେଲେ ରୋଗୀମାନେ ଅନେକ ସାଧାରଣ ରୋଗ ଓ ଅସ୍ତ୍ରୋପଚାର ପାଇଁ ନିଜ ଅଞ୍ଚଳର ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇପାରିବେ। ଫଳରେ ଦୂର ସହରର ବଡ଼ ହସ୍ପିଟାଲକୁ ଯିବାର ଆବଶ୍ୟକତା କମିବ। ତେବେ ପ୍ରସ୍ତାବଟି ଅନୁମୋଦନ ଓ କାର୍ଯ୍ୟକାରୀ ହେବା ପରେ ହିଁ ହିତାଧିକାରୀଙ୍କୁ ଏହି ଅତିରିକ୍ତ ସୁବିଧା ମିଳିବ।

Show More

Related Articles

Back to top button