Breaking PLUSଓଡ଼ିଶାମୁଖ୍ୟ ଖବରଶିକ୍ଷା

ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ୨୦୨୭ ମସିହାର ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରିଛି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)। କଳା, ବିଜ୍ଞାନ, ବାଣିଜ୍ୟ, ଦୂରଶିକ୍ଷା ଓ ବୃତ୍ତିଗତ ବିଭାଗର ପରୀକ୍ଷା ଫେବୃଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖରେ ଶେଷ ହେବ।

ପରିଷଦ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଯୁକ୍ତ ଦୁଇର ପ୍ରାକ୍ଟିକାଲ୍‌ ପରୀକ୍ଷା ଜାନୁଆରୀ ୪ରୁ ଆରମ୍ଭ ହୋଇ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟସୀମା ମଧ୍ୟରେ ସମସ୍ତ ବିଭାଗର ପ୍ରାକ୍ଟିକାଲ୍‌ ପରୀକ୍ଷା ଅନୁଷ୍ଠିତ ହେବ।

ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା ପରେ ଛାତ୍ରଛାତ୍ରୀମାନେ ନିଜ ନିଜ ବିଷୟ ଅନୁଯାୟୀ ପ୍ରସ୍ତୁତି ଆରମ୍ଭ କରିପାରିବେ। ବିଷୟଭିତ୍ତିକ ପରୀକ୍ଷା ତାରିଖ ଓ ସମୟ ସମ୍ପର୍କିତ ବିସ୍ତୃତ ସୂଚନା ପାଇଁ ସିଏଚ୍‌ଏସ୍‌ଇର ଅଧିକାରିକ କାର୍ଯ୍ୟସୂଚୀ ଦେଖିବାକୁ ପରାମର୍ଶ ଦିଆଯାଇଛି।

Show More

Related Articles

Back to top button