Breaking PLUSଓଡ଼ିଶାମୁଖ୍ୟ ଖବର
ଖଲ୍ଲିକୋଟ ହିଂସାର ତଦନ୍ତ କରିବ 4ଜଣିଆ ଏସଆଇଟି

ଖଲ୍ଲିକୋଟ- ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁରରେ ଘଟିଥିବା ପ୍ରାକ୍ ନିର୍ବାଚନୀ ହିଂସା ଓ ହତ୍ୟା ମାମଲାର ତଦନ୍ତ ପାଇଁ ୪ଜଣିଆ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ ହୋଇଛି। ଦକ୍ଷିଣାଞ୍ଚଳ ପୁଲିସ ଆଇଜି ଜୟ ନାରାୟଣ ପଙ୍କଜ ଏହି ୪ଜଣିଆ ଏସ୍ଆଇଟିକୁ ତଦାରଖ କରିବେ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ଆର୍.କେ ଶର୍ମା ସୂଚନା ଦେଇଛନ୍ତି। ଜଣେ ଡିଏସ୍ପି ପାହ୍ୟାର ଅଧିକାରୀ ଏହି ଏସ୍ଆଇଟିର ନେତୃତ୍ବ ନେବେ। ଏହା ବ୍ୟତୀତ ସାଇବର ଏବଂ ସାଇଣ୍ଟିଫିକ ଅଧିକାରୀ ଏସ୍ଆଇଟିରେ ସଦସ୍ୟ ରହିବେ। ଏସ୍ଆଇଟି ହିଂସାର ପ୍ରତ୍ୟେକ ଦିଗକୁ ନେଇ ତଦନ୍ତ କରିବ।