ଭଦ୍ରକ ଭଣ୍ଡାରିପୋଖରୀ ନିକଟସ୍ଥ ୧୬ ନମ୍ୱର ଜାତୀୟ ରାଜପଥ ଥାନା ନିକଟରେ ଏକ ଯାତ୍ରୀବାହୀ ବସଟି ଟ୍ରକ୍କୁ ଧକ୍କା କରିଛି । ଫଳରେ ବସଟି ଦୁର୍ଘଟଣାଗସ୍ତ ହୋଇ ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି ।
ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ବେଳେ ଏକ ହମ୍ପସ ନିକଟରେ ଆଗରେ ଯାଉଥିବା ଏକ ଟ୍ରକଟି ଅଟକି ଯିବାରୁ ପଛପଟୁ କଲିକତାରୁ ଭୁବନେଶ୍ୱର ପଥେ ଯାଉଥିବା ଜଗା କାଳିଆ ନାମକ ଏକ ବସ୍ଟି ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଦୂର୍ଘଟଣା ଘଟି ୨ ମହିଳାଙ୍କ ସମେତ ୧୭ ଜଣ ଆହତ ହେଇଛନ୍ତି । ଆହତଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ୫ ଜଣଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଦୁର୍ଘଟଣା କାରଣରୁ ବସର ସାମ୍ନା ପଟ ଅଂଶ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ବସ ଧକ୍କା ଫଳରେ ଟ୍ରକ୍ଟି ରାସ୍ତାକଡ଼କୁ ଖସି ଯାଇଛି ।