ଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ଶ୍ରାଦ୍ଧ ଭୋଜି ଖାଉଥିବା ବେଳେ ମାଡ଼ିଗଲା କାର୍: ଜଣେ ମୃତ, ୧୮ ଆହାତ

ପାଟନା: ଶ୍ରାଦ୍ଧ ଭୋଜି ଖାଉଥିବା ବେଳେ ମାଡ଼ିଗଲା କାର୍। ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ୧୮ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିହାରର ସାରଣ ଅଞ୍ଚଳରେ ଘଟିଛି ଏଭଳି ବଡ ଦୁର୍ଘଟଣା।

ସୂଚନା ଅନୁସାରେ, ସାରଣ ଅଞ୍ଚଳରେ ଏକ ଶ୍ରାଦ୍ଧ ଭୋଜି କାର୍ଯ୍ୟକ୍ରମ ଚାଲିଥିଲା। ଲୋକେ ରାସ୍ତା କଡରେ ବସି ଭୋଜି ଖାଉଥିଲେ। ଏତିକି ବେଳେ ଏକ କାର୍ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଆସି ରାସ୍ତାକଡରେ ଥିବା ଦୋକାନଗୁଡିକୁ ପ୍ରଥମେ ଧକ୍କା ଦେଇଥିଲା। ଏହାପରେ ଭୋଜି ଖାଉଥିବା ଲୋକଙ୍କ ଉପରେ ମାଡିଯାଇଥିଲା। ଫଲରେ ଏଥିରେ ୧୮ ଜଣ ଗୁରୁତର ହୋଇଛନ୍ତି। ଏଥିସହ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେପଟେ ଏହି ଘଟଣା ପରେ ସ୍ଥାନୀୟ ଲୋକେ ମୁଖ୍ୟ ରାସ୍ତା ବନ୍ଦ କରି ବିରୋଧ ପ୍ରଶର୍ଦନ କରିଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହ କାର୍ ଚାଳକଙ୍କୁ ଅଟକ ରଖିଛି। କାର୍ ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଥାଇ ଗାଡି ଚଳାଇଥିବା ଗାଁ ଲୋକେ କହିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।

Show More

Related Articles

Back to top button