ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗ୍ଗାଙ୍କ ବିରୋଧରେ ମାମଲା ରୁଜୁ

ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗ୍ଗାଙ୍କୁ ପଞ୍ଜାବ ପୋଲିସ ଦିଲ୍ଲୀରୁ ଗିରଫ କରିଛି। ଉତ୍ତେଜନାମୂଳକ ବିବୃତ୍ତି ତଥା ଅପରାଧିକ ଭୟଭୀତତା ସୃଷ୍ଟି କରିବା ଅପରାଧରେ ଏପ୍ରିଲ ୧ରେ ବାଗ୍ଗାଙ୍କ ବିରୋଧରେ ଏକ ମାମଲା ପଞ୍ଜାବ ପୋଲିସ ରୁଜୁ କରିଥିଲେ। ମାର୍ଚ୍ଚ ୩୦ରେ ଦିଲ୍ଲୀରେ ଚାଲିଥିବା ଗୋଟିଏ ଆନ୍ଦୋଳନ ବେଳେ ତାଜିନ୍ଦର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଖୋଲାଖୋଲି ଧମକ ମଧ୍ୟ ଦେଇଥିଲେ । ଏହି ଘଟଣାର ଭିଡିଓ ମଧ୍ୟ ପୋଲିସ ନିକଟରେ ଦାଖଲ କରାଯାଇଛି । ତାଜିନ୍ଦରଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ସେ ଟୁଇଟ କରି କହିଥିଲେ, ଗୋଟିଏ ନୁହେଁ, ୧୦୦ ଟି ଏଫଆଇଆର୍ ହେଲେ ବି କିଛି ଚିନ୍ତା ନାହିଁ, କିନ୍ତୁ ଯଦି କେଜ୍ରିୱାଲ କଶ୍ମୀର ହିନ୍ଦୁମାନଙ୍କର ହତ୍ୟାକାଣ୍ଡକୁ ମିଥ୍ୟା ବୋଲି କହନ୍ତି, ତେବେ ମୁଁ କହିବି। ଯଦି କେଜ୍ରିୱାଲ କଶ୍ମରୀ ହିନ୍ଦୁମାନଙ୍କ ହତ୍ୟାକାଣ୍ଡରେ ହସନ୍ତି, ତେବେ ମୁଁ କହିବି। ମୁଁ ଏଥିପାଇଁ ଯେ କୌଣସି ପରିସ୍ଥିତିର ସାମ୍ନାକରିବାକୁ ପ୍ରସ୍ତୁତ ଅଛି। ମୁଁ କେଜ୍ରିୱାଲଙ୍କୁ ଛାଡିବି ନାହିଁ, ତାଙ୍କ ନାକ ଘଷି ପ୍ରତିଶୋଧ ନେବି। ତେବେ ତାଜିନ୍ଦରଙ୍କ ଗିରଫ ଘଟଣାକୁ ନିନ୍ଦା କରିଛନ୍ତି ଭାଜପା ନେତା କପିଲ ମିଶ୍ର। ସେ ଟୁଇଟର୍ରେ ଲେଖିଛନ୍ତି, ‘ତାଜିନ୍ଦର ବାଗ୍ଗାଙ୍କୁ ୫୦ ପଞ୍ଜାବ ପୋଲିସ କର୍ମଚାରୀ ତାଙ୍କ ଘରୁ ଉଠାଇ ନେଇ ଯାଇଥିଲେ। ତାଜିନ୍ଦର ହେଉଛନ୍ତି ଜଣେ ପ୍ରକୃତ ସର୍ଦ୍ଦାର, ସେ ଏପରି କାର୍ଯ୍ୟ ଦ୍ୱାରା ଭୟଭୀତ କିମ୍ବା ଦୁର୍ବଳ ହେବେ ନାହିଁ। ପ୍ରକୃତ ସର୍ଦ୍ଦାରଙ୍କୁ ଏତେ ଭୟ କାହିଁକି?