ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଶିକାର କରିବା ଆରମ୍ଭ କଲେ ନାମିବିଆରୁ ଆସିଥିବା ଚିତା

ଭୋପାଳ: ଶିକାର ଆରମ୍ଭ କଲେ ନାମିବିଆରୁ ଆସିଥିବା ଚିତା। ସେପ୍ଟେମ୍ବର ମାସରେ ଆଫ୍ରିକୀୟ ରାଷ୍ଟ୍ର ନାମିବିଆରୁ ଆସିଥିବା ୮ଟି ଚିତାବାଘଙ୍କ ମଧ୍ୟରୁ ୨ଟି ଶିକାର କରିଛନ୍ତି। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛୋଟ ଏନକ୍ଲୋଜରରୁ ବାହାର କରି ଦୁହିଁଙ୍କୁ ବଡ଼ ଏନକ୍ଲୋଜରରେ ଛଡ଼ାଯିବା ପରେ ଚିତା ଦୁଇଟି ଶିକାର କରିଥିବା ସୂଚନାମିଳିଛି। ରବିବାର ଅପରାହ୍ନରେ ଏନକ୍ଲୋଜର ଭିତରେ ଗୋଟିଏ ଚିତଳ ହରିଣକୁ ଶିକାର କରି ଖାଇଥିବା ଜାତୀୟ ଉଦ୍ୟାନର କର୍ମଚାରୀ କହିଛନ୍ତି। ନାମିବିଆରୁ ଆଶିବା ପରେ ଏହା ସେମାନଙ୍କର ପ୍ରଥମ ଶିକାର ବୋଲି କୁହାଯାଇଛି। ଗତ ସେପ୍ଟେମ୍ବରରେ ଆସିଥିବା ଏହି ଚିତାଗୁଡ଼ିଙ୍କୁ ପ୍ରଥମେ ଗୋଟିଏ ଛୋଟ ଏନକ୍ଲୋଜରରେ ରଖାଯାଇଥିଲା। ଏଥିସହ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ତେବେ ସେଠାରେ ଦେଢ଼ ମାସ ରହି ପରିବେଶ ସହ ଖାପ ଖୁଆଇବା ପରେ ଦୁଇ ଚିତା ଫ୍ରେଡି ଓ ଏଲଟନକୁ ଗତ ୫ତାରିଖରେ ବଡ଼ ଏକ୍ଲୋଜରକୁ ଛଡ଼ାଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତି କିମ୍ବା ଆଜି ଭୋରରୁ ଦୁହେଁ ଗୋଟିଏ ହରିଣକୁ ମାରି ଖାଇଥିବା ଜଣାପଡ଼ିଛି। ଏହାପରେ ଦୁହିଁଙ୍କୁ ଜାତୀୟ ଉଦ୍ୟାନର ମୁକ୍ତ ଜଙ୍ଗଲ ଭିତରକୁ ଛଡ଼ାଯିବ ବୋଲି ସୂଚନା ମିଳିଛି। ନାମିବିଆରୁ ଆସିବା ପରେ ୮ଚିତାଙ୍କୁ ଏନକ୍ଲୋଜର ଭିତରକୁ ଛାଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସିବାର ଦେଢ଼ ମାସ ପରେ ଚିତାଗୁଡ଼ିକ ସୁସ୍ଥ ଥିବା ଓ ପରିବେଶ ସହ ଖାପ ଖୁଆଉଥିବା ନେଇ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଥିଲେ। ଦୁଇ ଚିତା ଏଠାକାର ଜଙ୍ଗଲ ଓ ପରିବେଶ ସହ ଖାପ ଖୁଆଇ ସାରିଥିବାରୁ ବଡ଼ ଏକ୍ଲୋଜରକୁ ଛଡ଼ାଗଲା। ଏଣୁ ଖୁବଶୀଘ୍ର ବାକି ୩ ଚିତାକୁ ମଧ୍ୟ ଛଡ଼ାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

 

Show More

Related Articles

Back to top button