Breaking PLUSଦୁର୍ଘଟଣାଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

ମୁମ୍ୱାଇରେ ଚାରି ମହଲା କୋଠା ଭୁଶୁଡିପଡି ଜଣଙ୍କର ମୃତ୍ୟୁ

ମୁମ୍ବାଇ : ମୁମ୍ୱାଇରେ ଚାରି ମହଲାର କୋଠା ଭୁସୁଡି ପଡି ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ଘଟିଛି ମୁମ୍ବାଇସ୍ଥିତ କୁର୍ଲାର ନାଇକ୍ ନଗରରେ । କୁହାଯାଉଛି କି ଏହି କୋଠାରେ ପାଖାପାଖି ୨୧ଜଣ ଲୋକ ଥିଲେ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଏମସିର ବିପର୍ଯ୍ୟୟ ବିଭାଗ ଅନୁଯାୟୀ ପାଖାପାଖି ୧୨ଜଣ ଲୋକଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ରାଜବାଡୀ ହସ୍ପିଟାଲ ଏବଂ ସାୟନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦମକଳବାହିନୀ ଏବଂ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବିଳମ୍ବିତ ରାତିରେ କୋଠା ଭୁଶୁଡ଼ିବାର ଖବରପାଇ ମନ୍ତ୍ରୀ ଆଦିତ୍ୟ ଠାକରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ଯାଞ୍ଚ କରିଥିଲେ । ଆଦିତ୍ୟ ଠାକରେ କହିଛନ୍ତି କି, ବିଲ୍ଡିଂକୁ ନୋଟିସ ଦିଆଯାଇଥିବା ସତ୍ତ୍ୱେ ବି ସେଠାରେ କିଛି ଲୋକ ଅସୁରକ୍ଷିତ ଭାବେ ରହୁଥିଲେ । ଆହତମାନଙ୍କ ମଧ୍ୟରୁ କେତେକଙ୍କ ପରିଚୟ ମିଳିଛି । ସେହିପରି କେତେକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଆଉ କେତେକ ହସ୍ପିଟାଲରେ ରହି ଏବେ ବି ଚିକିତ୍ସିତ ହେଉଛନ୍ତି ।

Show More

Related Articles

Back to top button