Breaking PLUSଅପରାଧମୁଖ୍ୟ ଖବର

ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କଲେ ସ୍ୱାମୀ ଓ ସ୍ତ୍ରୀ

ଯାଜପୁର : ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କଲେ ଦୁହେଁ ସ୍ୱାମୀ ଓ ସ୍ତ୍ରୀ । ଅସହ୍ୟ ହେଲା ପାରିବାରିକ କଳହ। ଶେଷରେ ଆତ୍ମହତ୍ୟା କରିବାର ଚରମ ନିଷ୍ପତ୍ତି ନେଲେ ଦମ୍ପତି। ସ୍ୱାମୀ ରଶି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଞ୍ଚାୟତର ଭକଣ୍ଡରୀ ଗାଁରେ। ମୃତ ଦମ୍ପତି ହେଲେ କେଶବ ବେହେରା ଓ ତାଙ୍କ ପତ୍ନୀ ଝୁନୁଲତା ବେହେରା। ଗତକାଲି ସକାଳେ କେଶବ ଘର ପଛପଟେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ପରେ ଝୁନୁଲତା ଘରେ ଥିବା କୀଟନାଶକ ଆଣି ପିଇ ଦେଇଥିଲେ। ଗ୍ରାମବାସୀ ଗୁରୁତର ଅବସ୍ଥାରେ ଝୁନୁଲତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଣିକୋଇଲି ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଝୁନୁଲତା ତାଙ୍କ ସ୍ୱାମୀଙ୍କ ମଧ୍ୟରେ କେଉଁ କାରଣ ପାଇଁ ଝଗଡ଼ା ହୋଇଥିଲା, କାହିଁକି ସେମାନେ ଏତେ ବଡ଼ ନିଷ୍ପତ୍ତି ନେଲେ ତାର କୌଣସି କାରଣ ଜଣାପଡ଼ି ନାହିଁ। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button