ଅପରାଧଆଇନ କାନୁନଦେଶସ୍ୱତନ୍ତ୍ର

ଜମ୍ମୁ ଓ କଶ୍ମୀରର ରାଜୌରୀରୁ ଗିରଫ ହେଲେ ଏକ ହାଇବ୍ରିଡ୍ ଆତଙ୍କବାଦୀ

ଗୁରୁବାରଦିନ ଜମ୍ମୁ ଓ କଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଜମ୍ମୁ ଓ କଶ୍ମୀରର ରାଜୌରୀରୁ ଗିରଫ ହେଲେ ଏକ ହାଇବ୍ରିଡ୍ ଆତଙ୍କବାଦୀ । ଗିରଫ ଆତଙ୍କବାଦୀର ନାଁ ହେଉଛି ଜାଫର ଇକବାଲ । ଏହି ଆତଙ୍କବାଦୀ ସେ ଲସ୍କର-ଇ-ତୋଇବା ଆତଙ୍କବାଦୀ ମହମ୍ମଦ ଇସାକର ଭାଇ ବୋଲି ଜଣାପଡ଼ିଥିବାବେଳେ ତା ନିକଟରୁ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ, ପ୍ରାୟ ୧ ଲକ୍ଷ ୮୧ ହଜାର ଟଙ୍କା ଜବତ ।

ଜାଫର ଇକବାଲ ପାକିସ୍ତାନରେ ଥିବା ନିଜ ହାଣ୍ଡଲରମାନଙ୍କ ସହ ଯୋଗାଯୋଗରେ ଥିବାବେଳେ ଗୁଇନ୍ଦା ଏଜେନ୍ସିମାନେ ତାହା ଠାବ କରିଥିଲେ । ଗୁଇନ୍ଦା ଏଜେନ୍ସି ପକ୍ଷରୁ ଇନପୁଟ ମିଳିବା ପରେ ସ୍ଥାନୀୟ ପୁଲିସ, ସିଆରପିଏଫ ଓ ରାଷ୍ଟ୍ରୀୟ ଇଫଲ୍ସ ପକ୍ଷରୁ ଅଂଗ୍ରଲା ଜଙ୍ଗଲରେ ଏକ ମିଳିତ ଅପରେସନ କରି ତାକୁ ଗିରଫ କରାଯାଇଥିଲା ।

Show More

Related Articles

Back to top button