ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ । କଟକ ବାଙ୍କି ଅଂଶୁପା ହ୍ରଦ ନିକଟରେ ବ୍ରାଉନସୁଗାର ଡିଲ୍ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ୍ ଚଢାଉ କରି ୧ କୋଟି ୩୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏଥିସହ ୨ ଜଣଙ୍କୁ ଏସଟିଏଫ ଟିମ୍ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ୨ ଜଣ ହେଲେ ଅନୁଗୁଳ ଛେଣ୍ଡିପଦା ବ୍ଲକର କୋଶଳା ଗ୍ରାମର ଜୁମେଶ ସାହୁ ଓ କଟକ ଜିଲା ଆଠଗଡ଼ ଥାନା ଅଧୀନ ବଡଭୂମି ଗ୍ରାମର ହେମନ୍ତ ପ୍ରଧାନ।