
ଏଣିକି ଗୃହପାଳିତ ପଶୁ ରଖିଲେ ବାଧ୍ୟତାମୂଳକ ହେବ ଲାଇସେନ୍ସ । ଏଭଳି ନିଷ୍ପତ୍ତି ନେଇଛନ୍ତି ହରିୟାଣା ସରକାର । ବର୍ତ୍ତମାନ କୁକୁର ପ୍ରେମୀଙ୍କୁ ନୂତନ ନିୟମ ଗ୍ରହଣ କରିବାକୁ ପଡିବ । ତେଣୁ ଲୋକମାନେ ଗୋଟିଏ କୁକୁରକୁ ଘରେ ରଖିପାରିବେ।
ନିଷ୍ପତ୍ତି ଅନୁଯାୟୀ, ବର୍ତ୍ତମାନ କୁକୁର ସମେତ ଗୃହପାଳିତ ପଶୁମାନଙ୍କୁ ରଖିବା ପାଇଁ ଆଉ ଏକ ଲାଇସେନ୍ସ କରିବାକୁ ପଡିବ। ନଚେତ୍ ସେମାନେ କୁକୁରକୁ ଘରେ ରଖିବାରେ ସକ୍ଷମ ହେବେ ନାହିଁ ।ସେହିପରି ଯଦି ଆପଣ କୁକୁରକୁ ବୁଲିବାକୁ କିମ୍ବା ସର୍ବସାଧାରଣ ସ୍ଥାନରେ ବାହାରକୁ ନେବାବେଳେ ସେମାନଙ୍କୁ ମାସ୍କ ପିନ୍ଧେଇବା ଆବଶ୍ୟକ। ଯାହା ଦ୍ୱାରା ଏମାନେ କାହାକୁ କାମୁଡ଼ି ପାରିବେ ନାହିଁ ବୋଲି ନୂତନ ନିୟମ କରାଯାଇଛି ।
ଯଦି ଆପଣ ସରକାରଙ୍କ ଆଦେଶ ଅନୁଯାୟୀ କୁକୁରକୁ ରଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସରଳ ପୋର୍ଟାଲରେ ଆବେଦନ କରିବାକୁ ପଡିବ। ଏହା ପରେ ସଂପୃକ୍ତ ବିଭାଗର ଅଧିକାରୀମାନେ ପଞ୍ଜୀକରଣ କରିବେ ଏବଂ ଲାଇସେନ୍ସ ପ୍ରକ୍ରିୟା ସଂପୂର୍ଣ୍ଣ କରିବେ।