
ଆମ ରାଷ୍ଟ୍ରପତି
ଦ୍ରଉପଦୀ ମୁର୍ମୁ
ଓଡିଶାକୁ ଆସିଥିଲେ
ଦୀଲ୍ଲୀ ନଗରୀରୁ
ପୁରୀଧାମ ଯାଏ
ବ୍ଯୋମଯାନେ ଆସିଥିଲେ।
ପୁରୀ ମନ୍ଦିରରୁ
ବଳଗଣ୍ଡି ସାହି
ଦି’କିଲୋ ମିଟର ବାଟ
ସେହିଠାରୁ ସିଏ
ପାଦରେ ଚାଲିଲେ
ଦି’ ପାଖେ ମଣିଷ ଥାଟ।
କୁନି ପିଲାଙ୍କୁ ସେ
ସ୍ନହ ଅଜାଡ଼ିଲେ
ଦେହକୁ ଆଉଁସି ଦେଲେ
ତାଂକ ସ୍ନେର ପାଇ
ପିଲାଏ ଆମର
କୃତ୍ଯ କୃତ୍ଯ ହୋଇଗଲେ।
ପୁଲିସ ହାକିମ
ଭି ଆଇ ପି ମାନେ
ଗାଡି ଚଢି ଯାଇ ଥିଲେ
ରାଷ୍ଟ୍ରପତି କିନ୍ତୁ
ପ୍ରୋଟୋକଲ ଭାଂଗି
ଚାଲି ଚାଲି ଯାଇ ଥିଲେ।
ବହୁ କଷ୍ଟେ ନଇଁ
ଅରୁଣ ସ୍ତମ୍ଭକୁ
ସ୍ପର୍ଶ ସିଏ କରିଥିଲେ
ସିଂହଦ୍ଵାର ପାଶେ
ପାଦକୁ ପଖାଳି
ପାହାଚ ହିଁ ଚଢିଥିଲେ।
ତା ଆଗରୁ ସିଏ
ଜଗମୋହନକୁ
ପ୍ରଣାମ ଜଣାଇଥିଲେ
ନଇଁ ନଇଁ ପୁଣି
ଭକ୍ତି ସହକାରେ
ପାହାଚ ସେ ଚଢିଥିଲେ।
ଗଜପତି ରାଜା
ଦ୍ର୍ରୌପଦୀ ମୁର୍ମୁଂକୁ
ପାଛୋଟି ହିଁ ନେଇ ଥିଲେ
ପାହାଚ ଚଢି ସେ
ଚତୁର୍ଦ୍ଧାମୂର୍ତ୍ତିଂକୁ
ଦରଶନ କରିଥିଲେ।
ବର୍ଭଗୃହ ମଧ୍ୟେ
ଚତୁର୍ଦ୍ଧା ମୂର୍ତ୍ତିଙ୍କୁ
ସାଷ୍ଟାଙ୍ଗ ପ୍ରଣାମ କଲେ
ଭାବରେ ବିହ୍ୱଳ
ହୋଇ ରାଷ୍ଟ୍ରପତି
ଅଶ୍ରୁ ବିସର୍ଜନ କଲେ।
ମନ୍ଦିରର ଏକ ଡାଇରୀରେ ସିଏ
ବାର୍ତ୍ତା ଲେଖି ଦେଇଥିଲେ
ଓଡିଆ ଲିପିରେ
ବାର୍ତ୍ତା ଲେଖିଦେଇ
ଦସ୍ତଖତ କରିଦେଲେ।
ତିନି ଦିଅଁଙ୍କର
ପଟ୍ଟଚିତ୍ର ତାଙ୍କୁ
ଉପହାର ଦିଆଗଲା
ମନ୍ଦିର ବେଢାରେ
ଭବ୍ୟ ସମ୍ମାନରେ
ସମ୍ମାନିତ କରାଗଲା।
ତାଂକ ସଂଗେ ତାଂକ
ଝିଅ ଆସିଥିଲେ
ମାନ୍ଯଗଣ୍ଯ ବ୍ଯକ୍ତି ଥିଲେ
ଓଡିଶା ରାଜ୍ଯର
ରାଜ୍ୟପାଳ ଆଉ
ଧର୍ମେନ୍ଦ୍ର ପ୍ରଧାନ ଥିଲେ।
କୁଳ ସେବାୟତ
ଛତିଶାନିଯୋଗ
ମୁଖ୍ୟ ଉପସ୍ଥିତ ଥିଲେ
ରାଷ୍ଟ୍ରପତି ତାଙ୍କୁ
ନମସ୍କାର କରି
ସମର୍ପିତ ହୋଇଗଲେ।
ଦେଶର ପ୍ରଥମ
ନାଗରିକ ସିଏ
କେତେ ସମର୍ପଣ ଭାବ
ଜଗା ସେବକକୁ
ମଥା ନୁଆଁଇ ସେ
ହୋଇଲେ ମହାନୁଭବ।
ଲକ୍ଷ୍ମୀ ବିମଳାଙ୍କୁ
ଦର୍ଶନ କରିଲେ
ମୁଣ୍ଡିଆ ମାରିଲେ ତାଂକୁ
ଯୋଡ ହାତ ମୋର
ଉଠି ଯାଉଅଛି
ନମସ୍କାର କରିବାକୁ।
ଓଡିଶା ମାଟିର
ଆଦିବାସୀ ଝିଅ
ଭାରତର ରାଷ୍ଟ୍ରପତି
ଗର୍ବ ଅହଂକାର
କିଛି ନାହିଁ ତାଂକ
ଥିଲେ ସିଏ ଶିକ୍ଷୟିତ୍ରୀ।
ଜଗତର ନାଥ
ଜଗନ୍ନାଥ ତାଂକୁ
ମନ ଜାଣି ଦେଲେ ପଦ
ଦେଖିବାକୁ ଗଲେ
ଏହି ମହିଳାଂକ
ମନଟା ପବିତ୍ର ସୁଦ୍ଧ।
******
ଅକ୍ଷୟ ମହାନ୍ତି। ନିର୍ମାଲ୍ୟ