Breaking PLUSଦେଶମୁଖ୍ୟ ଖବର
କାରଖାନାରେ ଭୀଷଣ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ନରେଲା ଅଞ୍ଚଳର ଡିଏସଆଇଡିସି ଶିଳ୍ପାଞ୍ଚଳସ୍ଥିତ ଏକ କାରଖାନାରେ ରବିବାର ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କିଛି ସମୟ ପୂର୍ବରୁ ଏହି ଅଗ୍ନିକାଣ୍ଡ ଘଟିଥିବାବେଳେ ଘଟଣାସ୍ଥଳରେ ଏକାଧିକ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ନିଆଁ ଆୟତ୍ତ ହେବାକୁ ଅଧିକ ସମୟ ଲାଗିପାରେ ବୋଲି କୁହାଯାଉଛି। ଅଗ୍ନିଶମ ଅଧିକାରୀ ଏସ.କେ. ଦୁଆଙ୍କ ସହ ୧୦୦ରୁ ଊର୍ଦ୍ଧ୍ବ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେବେ ମୃତାହତ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।