ବିଷ ପିଇ ଜଣେ ନାବାଳକର ମୃତ୍ୟୁ

ଭଦ୍ରକ : ବିଷ ପିଇ ଜଣେ ନାବାଳକର ମୃତ୍ୟୁ ଘଟିଛି। ଏଭଳି ଏକ ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ବର୍ତ୍ତନା ପଞ୍ଚାୟତ ଉଦୟପୁର ଗାଁରେ । ମୃତ ନାବାଳକ ଜଣଙ୍କ ହେଲେ ମାନସ ଦାସ। ସେ ଚତୁର୍ଥ ଶ୍ରେଣୀ ଛାତ୍ର ଥିଲେ। ଗତକାଲି ମାନସ ସ୍କୁଲରୁ ଫେରିବା ପରେ ଧାନ ଚାଷ ପାଇଁ ରଖାଯାଇଥିବା ବିଷକୁ ପିଇ ଦେଇଥିଲେ। କିଛି ସମୟ ପରେ ତାଙ୍କୁ ବାନ୍ତି ହୋଇଥିଲା। କାହିଁକି ପୁଅକୁ ବାନ୍ତି ହେଲା ବୋଲି ପରିବାର ଲୋକ ସନ୍ଦେହ କରିଥିଲେ। ମାନସଙ୍କ ଦେହ ଅଧିକ ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ଆଗରପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମାନସଙ୍କର ମୃତ୍ୟୁ ଘଟିଥିଲା। ମାନସଙ୍କ ମୃତ୍ୟୁ ପରେ ଶୋକର ଛାୟା ଖେଳିଯାଇଛି। ପାରିବାରିକ କଳହ ଯୋଗୁ ଏପରି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ମାନସଙ୍କ ବାପା କହିଛନ୍ତି, ପୁଅ ସ୍କୁଲରୁ ଫେରିବା ପରେ ମୋ ସହ ଭାତ ଖାଇଥିଲା। ଖାଇବା ବେଳେ ତାକୁ ବାନ୍ତି ହୋଇଥିଲା। କାହିଁକି ବାନ୍ତି ହେଉଛି ବୋଲି ମୁଁ ପଚାରିବାରୁ ପୁଅ କିଛି କହି ନଥିଲା। ପରେ ତା ମା’କୁ ବିଷ ପିଇ ଦେଇଛି ବୋଲି କହିଥିବା ସୂଚନାମିଳିଛି।