Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବର

ଚଳନ୍ତା ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାଟଣା: ବିହାର ମୋତିହାରୀରେ ରବିବାର ଏକ ପାସେଞ୍ଜର ଟ୍ରେନର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଟ୍ରେନଟି ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବାବେଳେ ହିଁ ନିଆଁ ଲାଗିଯାଇଥିଲା । ଏହି ସମୟରେ ଟ୍ରେନରେ ଅନେକ ଯାତ୍ରୀ ରହିଥିଲେ । ସୌଭଗ୍ୟବସତଃ କେହିି ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ ।ସୂଚନା ଅନୂଯାୟୀ, ଏହି ପାସେଞ୍ଜର ଟ୍ରେନ୍ ରକ୍ସୋଲି ଠାରୁ ନରକଟିୟାଗଞ୍ଜ ଯାଉଥିବା ବେଳେ ସକାଳ ୬ ଟାରୁ ସାଢ଼େ ୬ ଟା ମଧ୍ୟରେ ଏଥିରେ ନିଆଁ ଲାଗିଯାଇଥିଲା । ତେବେ ରେଳ କର୍ମଚାରୀ ଟ୍ରେନରେ  ନିଆଁ ଲାଗିବା ଜାଣିପାରି ସଙ୍ଗେ ସଙ୍ଗେ ଟ୍ରେନଟିକୁ ରୋକିଥିଲେ ଏବଂ ଏହି ସମୟରେ ଯାତ୍ରୀମାନେ ଭୟଭୀତ ହୋଇ ତଳକୁ ଓହ୍ଲାଇପଡ଼ିଥିଲେ । ସେପଟେ ଘଟଣା ସଂପର୍କରେ ସୂଚନା ପାଇଁ ସଙ୍ଗେ ସଙ୍ଗେ ରେଳ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ । ଏହାପରେ ଇଞ୍ଜିନ ସହ ଲାଗିରହିଥିବା ବଗିକୁ ଅଲଗା କରାଯାଇ ଅନ୍ୟ ଇଞ୍ଜିନ୍ ସହ ଯୋଡ଼ା ଯାଇଥିଲା ଏହାପରେ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଯାଇଥିଲା । ତେବେ ନିଆଁ ଲାଗିବା ଠିକ୍ ସମୟରେ ଜଣା ପଡ଼ିଯାଇଥିବାରୁ ଏକ ବଡ଼ ଧରଣର ଦୁର୍ଘଟଣାରୁ ରକ୍ଷା ହୋଇଯାଇଥିଲା ।

Show More

Related Articles

Back to top button